ଭୁବନେଶ୍ବର, ୧।୧୨(ଇମିସ) : ସାଲିଆସାହି ମଇଳା ଟାଙ୍କି ଛକରେ ଗତକାଲି ବିଳମ୍ବିତ ରାତିରେ ଜୟଦେବବିହାରର ଆଶିଷ ପଟ୍ଟନାୟକ ଲୁଟେରାଙ୍କ ଶିକାର ହୋଇଛନ୍ତି। ୩ ଜଣ ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ମୋବାଇଲ୍ ଓ ଟଙ୍କା ଲୁଟି ନେଇଛନ୍ତି।
ଆଶିଷଙ୍କ ଅଭିଯୋଗ ଅନୁଯାୟୀ, ସେ ଏକାମ୍ରକାନନ ରୋଡ୍ ଦେଇ ଘରକୁ ଫେରୁଥିଲେ। ରାସ୍ତାରେ ତାଙ୍କ ଗାଡ଼ିରୁ ପେଟ୍ରୋଲ ସରିଯିବାରୁ ସେ ଗାଡ଼ିକୁ ଗଡ଼ାଇ ଗଡ଼ାଇ ଯାଉଥିଲେ। ଏତିକିବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କ ପାଖକୁ ଆସି ଅତର୍କିତ ଆକ୍ରମଣ କରି ମୋବାଇଲ୍ ଫୋନ୍ ଓ କିଛି ଟଙ୍କା ଛଡ଼ାଇନେଇଥିଲେ। ଦୁର୍ବୃତ୍ତଙ୍କ କୌଣସି ମାରଣାସ୍ତ୍ର ଚୋଟରେ ତାଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିଲା। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/loot.jpg)