ଭୁବନେଶ୍ୱର : ଲୁହା ରଡ୍‌ରେ ପିଟି ଲୁଟିଲେ

ଭୁବନେଶ୍ୱର : ବରମୁଣ୍ଡା ଓଭରବ୍ରିଜ୍‌ ନିକଟରେ ଜଣେ ଯୁବକଙ୍କୁ ତିନିଜଣ ଯୁବକ ବାଇକ୍‌ରେ ଆସି ଲୁହା ରଡ୍‌ରେ ପିଟି ୫ ହଜାର ଟଙ୍କା, ମୋବାଇଲ ଫୋନ୍‌, ଦୁଇ ଏଟିଏମ୍‌ କାର୍ଡ ସହ ହାତଘଣ୍ଟା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଯୁବକ ହେଉଛନ୍ତି ଟାଙ୍ଗୀ ଥାନା ହାଟବରଡ଼ିର ବଳରାମ ତରାଇ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତକାଲି ରାତି ୮ଟା ବେଳେ ଏହି ଆପରାଧିକ ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର