ବାଇକ ଆରୋହୀଙ୍କ ବ୍ୟାଗ କାଟି ବିଦ୍ୟୁତ ସାମଗ୍ରୀ ଲୁଟ

ଧଉଳି :ଧଉଳି ଥାନା ଅଧୀନ କଟକ –ପୁରୀ ବାଇପାସ ଜାତୀୟ ରାଜପଥର ମୁର୍ଦ୍ଧନାପୁର ନିକଟରେ ଜଣେ ବାଇକ ଆରୋହୀଙ୍କ ପଛରେ ଥିବା ବ୍ୟାଗ କାଟି ଦୁଇଜଣ ଯୁବକ କିଛି ବିଦ୍ୟୁତ ସାମଗ୍ରୀ ଲୁଟି ନେଇଛନ୍ତି । ବ୍ୟାଗରୁ ଡ୍ରିଲ ମେସିନ ଓ କଟର ଆଦି ସାମଗ୍ରୀ ଖସିପଡ଼ିବା ପରେ ସେସବୁକୁ ଗୋଟାଇ ନେଇ ବିପରୀତ ରାସ୍ତାରେ ପଳାଇଥିଲେ ।

ବାଇକ ଆରୋହୀ ଏସଂପର୍କରେ ଜାଣିବା ବେଳକୁ ସେ କିଛି ବାଟ ଚାଲି ଯାଇଥିଲେ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଏସଂପର୍କରେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଜଣାଇଥିଲେ ।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ ଖବର ପାଇ ପିସିଆର ଭ୍ୟାନ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲା । ହେଲେ ଲୁଟେରା ପଳାଇ ଯାଇଥିବାରୁ ପୁଲିସ ଫେରି ଯାଇଥିଲା ।

ସମ୍ବନ୍ଧିତ ଖବର