ବିଚାରପତିଙ୍କ ଘରୁ ଚୋରି, ଝରକା ବାଟେ ନେଇଗଲେ ଗହଣା, ପେନ୍‌ ଡ୍ରାଇଭ୍‌

ଭୁବନେଶ୍ୱର : ଭୁବନେଶ୍ବରରେ ଚୋରି ହେବା କିଛି ବଡ଼ କଥା ନୁହେଁ। କିନ୍ତୁ ଜଣେ ବିଚାରପତିଙ୍କ ଘରୁ ଚୋରି ହେବା ଘଟଣା କମିସନରେଟ ପୁଲିସର ସୁରକ୍ଷା ବନ୍ଦୋ‌ବସ୍ତ ଉପରେ ପ୍ରଶ୍ନ ଉଠିଛି। ତାହା ପୁଣି ପୂଜା ସମୟରେ। ଗଳିଗଳିରେ ପୁଲିସ ପାଟ୍ରୋଲିଂକୁ କଡ଼ା କରିବାକୁ ନିର୍ଦେଶ ଥିଲେ ମଧ୍ୟ ଜଣେ ବିଚାରପତିଙ୍କ ଘରୁ ଚୋରି ହେବା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣା ଘଟିଛି ବଡ଼ଗଡ଼ ଥାନା ଅଧୀନ ବିଜେବିନଗରରେ। ଏ ବିଚାରପତି ସୌମ୍ୟରଂଜନ ପୃଷ୍ଟି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି। କିନ୍ତୁ ପୁଲିସ ଏଯାଏ ଦୁବୃର୍ତ୍ତମାନଙ୍କ ପତ୍ତା ପାଇନାହିଁ।

ବିଚାରପତି ଶ୍ରୀ ପୃଷ୍ଟି ଗତ ପୂଜା ସମୟରେ ଘରେ ନ ଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରେ ଥିବା ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ। ଘରକୁ ଫେରି ଦେଖିଥିଲେ, କେହି ଝରକା ବାଟେ ହାତ ଗଳାଇ ସୁନା ମୁଦି ସହ କେତେକ ଇମିଟେସନ ଓ ୪ଟି ପେନ୍‌ ଡ୍ରାଇଭ୍‌ ଚୋରାଇ ନେଇଛି। ଏହି ପେନ୍‌ ଡ୍ରାଇଭ୍‌ରେ ବିଚାରପତିଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବା ଜଣାଯାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାତି ସୁଦ୍ଧା କାହାରିକୁ ଗିରଫ କରାଯାଇ ପାରିନାହିଁ।

ସମ୍ବନ୍ଧିତ ଖବର