ଖଣ୍ଡଗିରି : ମଧ୍ୟରାତ୍ରିରେ ଆକ୍ରମଣ, ସାହାସ ଦେଖାଇ ଲୁଟେରାଙ୍କ ଠାରୁ କଟୁରୀ ଛଡାଇ ଆଣି ଜୀବନ ବଞ୍ଚାଇଲେ ଔଷଧ ବ୍ୟବସାୟୀ

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଲୁଟେରାମାନେ ଜଣେ ଔଷଧ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଲୁଟ୍‌ କରୁଥିବା ସମୟରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।  ଔଷଧ ବ୍ୟବସାୟୀଙ୍କୁ ଲୁଟେରା କଟୁରିରେ ଆକ୍ରମଣ ସାଙ୍ଗକୁ ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ବ୍ୟବସାୟୀଙ୍କ ପାଲଟା ଆକ୍ରମଣରେ ଲୁଟେରା ଭୟରେ ଦୌଡ଼ି ପଳାଇଥିଲେ। ଏହି ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ କୈଦ୍‌ ହୋଇଯାଇଥିଲା।

ସୂଚନାଯୋଗ୍ୟ, ରାଜଧାନୀର ଖଣ୍ଡଗିରିରେ ଔଷଧ ଦୋକାନ କରିଥିବା ବ୍ୟବସାୟୀ ସତ୍ୟରଂଜନ ଦାସ ରାଧାକୃଷ୍ଣ ମେଡିସିନ ଷ୍ଟୋର ବନ୍ଦ କରି ଘରକୁ ଫେରୁଥିଲେ । ଗାଡି ଷ୍ଟାର୍ଟ କରୁଥିବା ସମୟରେ ଦୁଇଟି ବାଇକରେ ୫ଜଣ ଲୁଟେରା ଆସି ତାଙ୍କ ପାଖରେ ପହଞ୍ଚିଥିଲେ । ଏହାପରେ ସତ୍ୟରଂଜନ ଦାସଙ୍କୁ ପାଖରେ କ’ଣ ରଖିଛୁ ବୋଲି ପଚାରିଥିଲେ । ଆଉ ଗାଡି ଚାବି ଛଡାଇବା ସହ ଜଣେ ଲୁଟେରା କଟୁରୀ ଧରି ବ୍ୟବସାୟୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କୌଣସି କାରଣବଶତଃ ସତ୍ୟରଂଜନ ଦାସଙ୍କ ହାତକୁ କଟୁରୀ ଚାଲି ଆସିଥିଲା। ସେହି କଟୁରୀକୁ ଧରି ସତ୍ୟରଂଜନ ଲୁଟେରାମାନଙ୍କୁ ଗୋଡାଇଥିଲେ । ଏଥିରେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଇଥିଲେ ଲୁଟେର।

ସମ୍ବନ୍ଧିତ ଖବର