ବାରଙ୍ଗ: ବାରଙ୍ଗ ଥାନା ଅଧୀନ ତ୍ରିଶୂଳିଆ ବଜାରର ସାହୁ କମ୍ପ୍ଲେକ୍ସରେ ଥିବା ଆଖଣ୍ତଳମଣି ଔଷଧ ଦୋକାନରୁ ୪୦ହଜାର ଟଙ୍କା ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଦୋକାନର ସଟର୍ ତାଡ଼ି ଏହି କାଣ୍ଡ ଭିଆଇଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ଦୋକାନ ମାଲିକ ଚନ୍ଦ୍ରକାନ୍ତ ପ୍ରଧାନ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଗୁରୁବାର ବଜାର ବନ୍ଦ ଥିବା ବେଳେ ସକାଳେ ଔଷଧ ଦୋକାନକୁ ଔଷଧ ନେବା ଲାଗି କିଛି ଲୋକ ଓ ଦୋକାନୀ ଆସି ସଟରର ତଡ଼ା ଯାଇଥିବା ଦେଖିଥିଲେ। ଖବର ପାଇ ଘର ମାଲିକ ନରେନ୍ଦ୍ର ସାହୁ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଚୋରମାନେ ସଟରକୁ ଶାବଳରେ ତାଡ଼ି ଭିତରୁ ଡ୍ରରେ ଥିବା ୪୦ ହଜାର ଟଙ୍କା ନେଇଯାଇଥିବା ଜଣାପଡ଼ିଥିଲା। ପ୍ରଥମେ ଚୋରମାନେ ଦୋକାନ ପଛପାଖରେ ସିନ୍ଧି କରି ବିଫଳ ହୋଇଥିବା ପୁଲିସ କହିଛି। ତେବେ ଚୋର ଦଳରେ ଅତି କମ୍ରେ ୪ ଜଣ ସାମିଲ ଥିବା ବେଳେ ଏଥିରେ ଆଖପାଖ ଅଞ୍ଚଳର ଚୋରଙ୍କର ହାତ ଥିବା ପୁଲିସ ଅନୁମାନ କରିଛି। ତଦନ୍ତ ଜାରି ଥିବା ବେଳେ ଏଯାଏ ଚୋରଙ୍କର କୌଣସି ପତ୍ତା ମିଳିନି।
ସଟର ତାଡ଼ି ଔଷଧ ଦୋକାନରୁ ଚୋରି
/sambad/media/post_attachments/wp-content/uploads/2018/11/baranga-chorii.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)