ଆଜି ପୁଣି ମୋ ବସରୁ ଯାତ୍ରୀଙ୍କଠାରୁ ମୋବାଇଲ ଲୁଟିଲେ ଲୁଟେରା

ଭୁବନେଶ୍ୱର: ମୋ ବସରେ ପୁଣି ହେଲା ଲୁଟ। ଆଉ ମୋ ବସରେ ମାତିଛନ୍ତି ଲେଡି ଲୁଟେରା । ଦୁଇ କଲେଜ ଛାତ୍ରୀଙ୍କ ବ୍ୟାଗରୁ ମୋବାଇଲ ନେଇଗଲେ ଲେଡି ଲୁଟେରା । ମିଳିଥିବା ସୂଚନା ମୁତାବକ ରୁଟ ନମ୍ବର ୧୬ ନମ୍ବର ବସରେ ଜଣେ ଛାତ୍ରୀ ବାଣୀବିହାର ଛକରୁ ଉଠିଥିଲେ । ଅନ୍ୟ ଜଣେ ଛାତ୍ରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ଚଢ଼ିଥିଲେ | ଉଭୟ ପଳାଶୁଣୀ ଯିବାକୁ ଚଢିଥିବାବେଳେ ଅଧା ବାଟରେ ମୋ ବସରୁ ଲେଡି ଲୁଟେରା ତାଙ୍କ ବ୍ୟାଗରୁ ମୋବାଇଲ ଲୁଟି ନେଇଥିଲେ । ଏନେଇ ଉଭୟ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି |

ବଡ କଥା ଯେ ୭ ଦିନରେ ୭ରୁ ଅଧିକ ମାମଲା ସାମ୍ନାକୁ ଆସିଥିବାବେଳେ ଭଦ୍ର ମୁଖା ପିନ୍ଧିଥିବା ଚୋର ଏସବୁ କାରନାମା କରିବାରେ ଲାଗିପଡିଛନ୍ତି | ସୂଚନା ଥାଉ କି ଗତକାଲି ମଧ୍ୟ ବରମୁଣ୍ଡାରୁ କଟକ ଯାଉଥିବା ଆନନ୍ଦ ଗୌଡ଼ଙ୍କ ଠାରୁ ୧୫ହଜାର ୪ଶହ ଟଙ୍କା ଚୋରି ହୋଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ଗଞ୍ଜାମ ପୁରୁଷୋତ୍ତମପୁର ଅଞ୍ଚଳର ଆନନ୍ଦ ୧୯ ନମ୍ବର ରୁଟ୍‌ରେ ଚାଲୁଥିବା ମୋ ବସ୍‌ରେ କଟକ ଯାଉଥିଲେ। ଆଚାର୍ଯ୍ୟ ବିହାର ଛକରୁ ରସୁଲଗଡ଼ ମଧ୍ୟରେ ତାଙ୍କ ପକେଟରୁ କେହି ୧୫,୪୦୦ଟଙ୍କା ଚୋରି କରି ନେଇଥିଲା।

ସମ୍ବନ୍ଧିତ ଖବର