ସାଇ ମନ୍ଦିର ପରେ ଶିବ ମନ୍ଦିର ଲୁଟି‌ଲେ

ଖଣ୍ଡଗିରି : ଯାଁଳା ଫାଣ୍ଡି ଅଞ୍ଚଳରେ ମନ୍ଦିର ଲୁଟେରାମାନେ ଗତ ମାସରେ ସ୍ଥାନୀୟ ମୁଣ୍ଡମୁହାଁଣ ସାଇ ମନ୍ଦିରରେ କଳାକନା ବୁଲାଇ ଦେଇଥିବା ବେଳେ ଗତ ରାତିରେ ଶିବ ମନ୍ଦିରରୁ ଚୋରି କରିଛନ୍ତି। ମନ୍ଦିରର ଷ୍ଟୋର ରୁମ୍‌ ତାଲା କାଟି ପୂଜା ଉପକରଣ, ପ୍ରସାଦ ରନ୍ଧନ ପାତ୍ର ଓ ପୂଜକଙ୍କ ଦକ୍ଷିଣା ଟଙ୍କା(ପ୍ରାୟ ୪ ହଜାର ଟଙ୍କାର କଏନ୍‌ ପୁଡ଼ିଆ) ଲୁଟି ନେଇଛନ୍ତି। ଆଜି ସକାଳୁ ପୂଜକ ମନ୍ଦିରକୁ ଆସିବା ପରେ ଷ୍ଟୋର ରୁମ୍‌ କବାଟ ଖୋଲାଥିବା ଦେଖିଥିଲେ। ତାଲା କଟା ହୋଇ ତଳେ ପଡ଼ିଥିବା ବେଳେ କବାଟ ପାଖରେ ଠାକୁରଙ୍କ ପିଠା ପ୍ରସାଦ ପାଇଁ ଉଦ୍ଦିଷ୍ଟ ବିରି ଚାଉଳ ତଳେ ବିଛାଡ଼ି ହୋଇ ପଡ଼ିଥିଲା। ପରେ ଜଣାଗଲା ଯେ ଲୁଟେରାମାନେ ଭିତରୁ ପିତ୍ତଳ ଥାଳି, ଗିନା, ଘଣ୍ଟି, ଘଣ୍ଟ, ଗୋଟିଏ ଗ୍ରାଇଣ୍ଡର ଓ ମନ୍ଦିରରେ ଚାଲିଥିବା ମରାମତି କାମ ପାଇଁ ଠିକାଦାରଙ୍କ ୱେଲ୍ଡିଂ ମେସିନ୍‌, କଟର ଆଦି କିଛି ନାହିଁ।

ସମ୍ବନ୍ଧିତ ଖବର