ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ କେଦାରଗୌରୀ ଆପାର୍ଟମେଣ୍ଟରେ ରହୁଥିବା ସେମାନାଥ ସାହୁ(୬୨)ଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ସୋମନାଥଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀ ବାସନ୍ତୀ ସାହୁ ଓ ଜଣେ ସଂପର୍କୀୟଙ୍କୁ ବନ୍ଧୁକ ଦେଖାଇ ୨ଲକ୍ଷ ନଗଦ ଟଙ୍କା, ୪୦ ଗ୍ରାମ୍‌ର ଦୁଇଟି ସୁନା ହାର, ହଳ କାନଫୁଲ ଲୁଟି ନେଇଛନ୍ତି। ଆଜି ସକାଳେ ସୋମନାଥ ଘରକୁ ଫେରିବା ପରେ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର