ପେଟକୁ ଛୁରିରେ ଭୁସି ଲୁଟିଲେ

ଭୁବନେଶ୍ବର : ମଙ୍ଗଳବାର ଭୋର୍ ପ୍ରାୟ ୪ଟା ବେଳେ ସିଆର୍‌ପି ଛକସ୍ଥିତ ବସ୍‌ଷ୍ଟାଣ୍ଡରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରିରେ ଭୁସି ଲୁଟ୍‌ କରିଛନ୍ତି। ଲୁଟ୍‌ର ଶିକାର ଯୁବକ ହେଲେ ଗଞ୍ଜାମର ଦୀପକ ରାଉଳ। ଦୁର୍ବୃତ୍ତମାନେ ତାଙ୍କଠାରୁ ୫ ଶହ ଟଙ୍କା, ମୋବାଇଲ୍‌ ଫୋନ୍‌ ଆଦି ଲୁଟି ନେଇଛନ୍ତି। ଗଞ୍ଜାମ ଯିବା ପାଇଁ ଭୋର୍‌ରୁ ଆସି ଦୀପକ ସିଆର୍‌ପି ଛକସ୍ଥିତ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଏତିକିବେଳେ ୨ ଜଣ ଯୁବକ ଏକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ହଠାତ୍ ସେମାନେ ଦୀପକଙ୍କୁ ଆକ୍ରମଣ କରିଥିଲେ। ଜଣେ ଦୁର୍ବୃତ୍ତ ତାଙ୍କ ପେଟକୁ ଛୁରିରେ ୨ ଥର ଭୁସି ପକାଇଥିଲା। ଦୀପକ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କ ପର୍ସ ବାହାର କରି ନେଇଥିଲେ ଓ ସେଠାରୁ ଚମ୍ପଟ ମାରିଥିଲେ। ଦୀପକ ଏବେ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଭର୍ତ୍ତି କରାଯାଇଛି। ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର