୧୦୪ ଲୁଟେରା ଓ ୨୪ ନିଶାମାଫିଆ ଗିରଫ

୭୦ଗ୍ରାମ୍ ସୁନା, ୧୬୭ ମୋବାଇଲ, ୧୪୩ଗ୍ରାମ୍ ବ୍ରାଉନସୁଗାର, ୩ଲକ୍ଷ ଟଙ୍କା, ୨୭ଗାଡ଼ି ଜବତ

ଭୁବନେଶ୍ବର: ଜୁନ୍ ମାସରେ କମିସନରେଟ୍ ପୁଲିସ ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରୁ ୧୦୪ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୧୧୦ଜଣଙ୍କ ବିରୋଧରେ ଜେଲ୍‌ରେ ରିମାଣ୍ଡ ଦିଆଯାଇଛି ଏବଂ ୨୧ଜଣ ପେସାଦାର ଲୁଟେରାଙ୍କୁ ସିଆର୍‌ପିସି ୧୧୦ରେ ବୁକ୍‌ କରାଯାଇଛି। ଲୁଟେରାଙ୍କୁ ଠାରୁ ମୋଟ ୭୦.୮୫ଗ୍ରାମ ସୁନା ଓ ୧୨୯ଗ୍ରାମର ରୁପା ଅଳଙ୍କାର ଜବତ କରାଯାଇଛି। ଏହା ବ୍ୟତୀତ ୧୬୭ଟି ମୋବାଇଲ, ୨୭ଟି ଗାଡ଼ି ଏବଂ ନଗଦ ୮୬ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ସେହିଭଳି ଗତ ମାସରେ ଏନ୍‌ଡିପିଏସ୍‌ ଆକ୍ଟରେ ୧୨ଟି ମାମଲା ନିଶାମାଫିଆଙ୍କ ବିରୋଧରେ ରୁଜୁ କରାଯାଇଛି। ୧୨ଟି ମାମଲାରେ ୨୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଖରୁ ମୋଟ ୧୨୦କେଜି ଗଞ୍ଜେଇ, ୧୪୩ଗ୍ରାମ ବ୍ରାଉନସୁଗାର ଓ ୨ଲକ୍ଷ ୩ହଜାର ୮୯୦ଟଙ୍କା ଜବତ କରିଛି।

ସମ୍ବନ୍ଧିତ ଖବର