ଭୁବନେଶ୍ୱର : ଗ୍ୟାରେଜ ତାଲା ଭାଙ୍ଗି ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା ନାଁ କାହ୍ନୁ ଦାସ। ଘର କଟକ କାନପୁର ବିଲଝରି ଗ୍ରାମରେ। ଶାନ୍ତିପଲ୍ଲୀ ବସ୍ତିରେ ରହେ। ପୁଲିସ ତା’ଠୁ ୧ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି। ତାକୁ କୋର୍ଟ ଚାଲାଣ କରାଯାଇଛି। ରସୁଲଗଡ଼ ଶିଳ୍ପାଞ୍ଚଳରେ ମହମ୍ମଦ ଆକବରଙ୍କର ଏକ ଗ୍ୟାରେଜ୍ ରହିଛି। ରାତିରେ ତାଙ୍କ ଗ୍ୟାରେଜ୍ରୁ ଶବ୍ଦ ଶୁଣି ଏକ ଶିଳ୍ପସଂସ୍ଥାର କର୍ମଚାରୀମାନେ ଆକବରଙ୍କୁ ଜଣାଇଥିଲେ। ଆକବର ପହଞ୍ଚିବା ବେଳକୁ ଗ୍ୟାରେଜ୍ ମୁଖ୍ୟ ଦ୍ବାର ତାଲା ଭଙ୍ଗା ଯାଇଥିଲା। ଭିତରେ କାହ୍ନୁ ଆଲମାରି ତାଡ଼ି ୧ଲକ୍ଷ ୮୦ ହଜାର ଟଙ୍କା ବ୍ୟାଗ୍ରେ ପୂରାଉଥିଲା। କିଛି ଲୋକଙ୍କ ସହାୟତାରେ ଆକବର ତାକୁ ମାଡ଼ି ବସିଥିଲେ। ନିର୍ଧୂମ ଛେଚି ପୁଲିସ ଜିମା ଦେଲେ। କାହ୍ନୁ ନାଁ’ରେ ଆଗରୁ ଚୋରି ଓ ଛିନ୍ତାଇ ମାମଲା ଥିବା ପୁଲିସ କହିଛି।
ଗ୍ୟାରେଜ୍ରୁ ଚୋରି କଲା ବେଳେ ମାଡ଼ି ବସିଲେ ମାଲିକ : ୧.୮୦ ଲକ୍ଷ ଟଙ୍କା ଜବତ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2019/07/garage-chor.jpg)