ଖଣ୍ଡଗିରି : ଜଣେ ବ୍ୟବସାୟୀଙ୍କଠାରୁ ଲୁଟିଥିଲେ ୫୫, ମିଳିଲା ୪୦ ହଜାର; କୁଖ୍ୟାତ କୁନୁମୁନୁ ଗିରଫ, ୧ ଫେରାର୍

ଖଣ୍ଡଗିରି : ବୁଧବାର ରାତିରେ ଜଣେ ବ୍ୟବସାୟୀଙ୍କଠାରୁ ୫୫ହଜାର ଟଙ୍କା ଲୁଟି ନେଇଥିବା ୨ ଦୁର୍ବୃତ୍ତଙ୍କ ମଧ୍ୟରୁ ଖଣ୍ଡଗିରି ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଭରତପୁରରେ ରହୁଥିବା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କୁଆମରାର ବିଶ୍ବରଂଜନ ମହାନ୍ତି ଓରଫ କୁନୁମୁନୁ(୩୧)। ତା’ଠାରୁ ପୁଲିସ ୪୦ ହଜାର ଟଙ୍କା ଜବତ କରିଛି। ମାତ୍ର କୁନୁମୁନୁର ସହଯୋଗୀ ଫେରାର୍ ହୋଇଯାଇଛି ଓ ଅବଶିଷ୍ଟ ୧୫ ହଜାର ଟଙ୍କା ତା’ ନିକଟରେ ରହି ଯାଇଛି।

ସୂଚନାନୁସାରେ କଟକ ବଡ଼ମ୍ବା ଅଞ୍ଚଳର ବ୍ୟବସାୟୀ ଅଲେଖ ପୃଷ୍ଟି ପରିବା ନେଇ କୁବେରପୁରୀ ଆସିଥିଲେ। ଗୋଦାମରେ ମାଲ୍ ଦେବା ପରେ ପଇସାପତ୍ର ଆଦାୟ କରି ସେ ସନ୍ଧ୍ୟାରେ ଘରକୁ ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ବାହାରିଥିଲେ। ସେ ୧୬ ନମ୍ବର ଜାତୀୟ ରାଜପଥରୁ ଅଟୋ ଧରିବା ପାଇଁ ଅପେକ୍ଷା କରିଥିବା ବେଳେ ହଠାତ୍ ଏକ ବାଇକ୍‌ ତାଙ୍କ ନିକଟରେ ଅଟକିଥିଲା। ମୁହଁରେ ଗାମୁଛା ଗୁଡ଼େଇଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ଧକ୍କା ମାରି ତଳେ ପକାଇଦେବା ସହ ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲେ। ଅଲେଖ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲୁଟ୍‌ର ଢ଼ାଞ୍ଚାକୁ ଅନୁସରଣ କରି କୁନୁମୁନୁ ନିକଟରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର