୪ ବର୍ଷ ଫେରାର୍‌ ଥିବା ଲୁଟେରା ଗିରଫ

ଭୁବନେଶ୍ବର : ୪ ବର୍ଷ କାଳ ଫେରାର୍‌ ଥିବା କୁଖ୍ୟାତ ଲୁଟେରା ବରମୁଣ୍ଡା ଷଣ୍ଢସାହିର ରୋନକ କୁମାର ଷଡ଼ଙ୍ଗୀକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ପୁଲିସ ସୂଚନାନୁସାରେ ରୋନକ ଓ ତା’ର ତିନି ସହଯୋଗୀ ଡେଲ୍‌ଟା ଛକରେ ଅମିତ କୁମାର ଛୋଟରାୟଙ୍କଠାରୁ ସୁନା ଚେନ୍ ଛଡ଼ାଇ ନେଇଥିଲେ। ଅମିତ୍ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରି ରକ୍ତାକ୍ତ କରି ପକାଇଥିଲେ। ସେ ପୁଲିସକୁ ଫୋନ୍‌ କରିବାକୁ ଉଦ୍ୟମ କଲା ବେଳେ ସେମାନେ ତାଙ୍କ ଆଇଫୋନ୍‌କୁ ରାସ୍ତାରେ ଛେଚି ଭାଙ୍ଗି ଦେଇଥିଲେ। ତେବେ ସେହିଦିନଠାରୁ ପୁଲିସକୁ ଚକ୍‌ମା ଦେଇ ରୋନକ ଫେରାର୍ ଥିଲା। ଗତକାଲି ରାତିରେ ପୁଲିସ ତାକୁ ଘରୁ ଗିରଫ କରିଛି।

ଯୁବକଙ୍କୁ ଆକ୍ରମଣ, ବାପ-ପୁଅ ଗିରଫ

ବାଲିପାଟଣା: ଝିଣ୍ଟିସ୍ଥିତ ତ୍ରାହିଅଚ୍ୟୁତ ଆଶ୍ରମ ପରିସରରେ ପଡୋଶୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ବାଲିପାଟଣା ଥାନା ପୁଲିସ ବାପ ଓ ପୁଅ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣେଶ ମିଶ୍ର ଓରଫ୍‌ ବାବୁଲି (୫୮) ଓ ତାଙ୍କ ପୁଅ ସୁପ୍ରୀତ୍‌ ଓରଫ ଜୁଲୁ (୨୭)। ପୁଲିସ ସୂଚନାନୁସାରେ ପୂର୍ବ ଶତ୍ରୁତାକୁ ନେଇ ଗତ ୧୪ ତାରିଖ ଦିନ ମଞ୍ଜିତ୍‌ ଶାହାଙ୍କ ପୁଅକୁ ଅଭିଯୁକ୍ତ ବାପ-ପୁଅ ଗଣେଶ ଓ ଜୁଲୁ ଆକ୍ରମଣ କରି ଗୁରୁତର ଭାବେ ଆହତ କରିଥିଲେ। ଏନେଇ ମଞ୍ଜିତ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର