କାର୍ ଚୋରି ବେଳେ ଧରାପଡ଼ିଲେ ଲୁଟେରା

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ପ୍ରଶାନ୍ତିବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ନିକଟରୁ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଗତକାଲି ବିଳମ୍ବିତ ରାତିରେ କାର୍ ଚୋରି କରୁଥିବା ‌ବେଳେ ଧରାପଡ଼ିଛନ୍ତି। ସେମାନଙ୍କୁ ଗାଡ଼ି ମାଲିକଙ୍କ ପରିବାର ଲୋକ କାବୁ କରି ପୁଲିସ୍‌କୁ ସୂଚନା ଦେବା ପରେ ପିସିଆର୍ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ଅଟକ ରଖି ଘଟଣାର ତଦନ୍ତ କରିଥିଲା। ଆଜି ପୁଲିସ୍ ଅଭିଯୁକ୍ତ ମାନଙ୍କୁ ଛାଡ଼ି ଦେଇଛି। ସୂଚନା ଅନୁଯାୟୀ ୨ଜଣ ପୁରୁଷ ଓ ମହିଳା ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଘର ପାଚେରି ଡେଇଁ ଅଗଣାରେ ରଖାଯାଇଥିବା କାର୍‌କୁ ଚୋରି କରିବା ପାଇଁ ଚେଷ୍ଟା କରୁଥିବା ବେଳେ କାର୍‌ ସେନ୍‌ସର୍ ବାଜିଥିଲା। ପରିବାର ଲୋକ ଉଠି ସେମାନଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର