ପର୍ସ ଛଡ଼ାଇ ଫେରାର୍‌ ହେବାକୁ ଉଦ୍ୟମ କରୁଥିବା ବେଳେ ଲୁଟେରାକୁ ଧରି ଛେଚିଲେ ଦୁଇ ଯୁବତୀ

ଭୁବନେଶ୍ବର: ଲୁଟ୍‌ପାଟ୍‌ କରି ଫେରାର ହେବାକୁ ଉଦ୍ୟମ କରୁଥିବା ଜଣେ ଲୁଟେରାକୁ ଦୁଇ ଯୁବତୀ ନିସ୍ତୁକ ମାଡ଼ ମାରି ପୁଲିସରେ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ସାଲିଆସାହି ମଇଳାଟାଙ୍କି ଅଞ୍ଚଳରେ। ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଯୁବତୀ ଦ୍ବୟ ସପିଂ ସାରି ମେ ଫେୟାର ବସ୍ତିସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ବସ୍ତିବିକାଶ ପରିଷଦ ଅଞ୍ଚଳର ବୁଦ୍ଧ ରେଡ୍ଡୀ ତାଙ୍କୁ ପିଛା କରି ଯୁବତୀଙ୍କ ପର୍ସ ଛଡ଼ାଇ ଫେରାର୍‌ ହେବାକୁ ଉଦ୍ୟମ କରିଥିଲା। ହେଲେ ଯୁବତୀ ଦ୍ବୟ ତାକୁ କାବୁ କରିବା ସହ ଲୋକଙ୍କୁ ଡାକିଥିଲେ। ଲୋକମାନେ ଆସି ତାକୁ ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ଜଣାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ତାକୁ ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର