ଲୁଟେରା ଗିରଫ, ୪୨ ମୋବାଇଲ ଜବତ

ଭୁବନେଶ୍ୱର: ଦୋକାନ ସଟର ତାଡ଼ି ମୋବାଇଲ ଚୋରି ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ କଟକ ସିଡିଏରେ ରହୁଥିବା ନୟାଗଡ଼ ସଠାଇପଲ୍ଲୀର କୁଳମଣି ସାହୁ ଓରଫ ସରକୁ ଗିରଫ କରିଛି। ତା’ ଠାରୁ ୪୨ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଗତ ୨୫ ତାରିଖ ଦିନ ଏକ ନମ୍ବର ହାଟରେ ଥିବା ସୁରେଶ ସାହୁଙ୍କ ମୋବାଇଲ ଦୋକାନରୁ ପ୍ରାୟ ୫୦ଟି ମୋବାଇଲ ଚୋରି ହୋଇଯାଇଥିଲା। ଏନେଇ ଅଭିଯୋଗ ହେବା ପରେ କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ଚୋରି ମୋବାଇଲଗୁଡ଼ିକୁ ଟ୍ରାକିଂ କରୁଥିଲା। ମୋବାଇଲକୁ ‌ଖୋଜି ଖୋଜି ପୁଲିସ ସିଡିଏରେ ରହୁଥିବା ସର ଘରେ ପହଞ୍ଚି ତାକୁ ଗିରଫ କରିଥିଲା। ତା’ ସୂଚନାକୁ ଆଧାର କରି ଚଣ୍ଡିଖୋଲର ବିଭିନ୍ନ ଜାଗାରେ ଚଢ଼ଉ କରି ଏହି ମୋବାଇଲ ସବୁକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର