କମିଶନରେଟ୍ ପୁଲିସ୍ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ବର : କମିଶନରେଟ୍ ପୁଲିସ ହାତରେ ଧରା ପଡ଼ିଛନ୍ତି ୭ଜଣିଆ ଲୁଟେରା ଗ୍ୟାଙ୍ଗ୍ । ସେମାନଙ୍କ ପାଖରୁ ୨୧ଟି ମୋବାଇଲ, ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି, ଟଙ୍କା ଜବତ କରିଛି ନୂଆପଲ୍ଲୀ ଥାନା ପୁଲିସ ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାତିରେ ଏକୁଟିଆ ଯାଉଥିବା ବ୍ୟକ୍ତିଙ୍କୁ ସେମାନେ ଟାର୍ଗେଟ୍ କରୁଥିଲେ । ଏହି ଗ୍ୟାଙ୍ଗ କଳିଙ୍ଗ ଟିଭି ସାମ୍ବାଦିକଙ୍କ ଠାରୁ ମଧ୍ୟ ଲୁଟିଥିଲେ । ୭ ଜଣଙ୍କ ମଧ୍ୟରୁ ୪ ଜଣ ଲୁଟେରା, ଜଣେ ରିସିଭର, ଜଣେ ମୋବାଇଲ ଲକ ବ୍ରେକର, ଆଉ ଜଣେ ଓୟୋ ହୋଟେଲ ମ୍ୟାନେଜର । ଏହି ଲୁଟେରାଙ୍କ ନାମରେ କମିଶନରେଟ୍ ପୁଲିସର ବିଭିନ୍ନ ଥାନାରେ ୧୮ ଟି ଲୁଟ୍ ମାମଲା ରହିଛି । ଫେରାର ଥିବା ଅନ୍ୟ ଅଭିଯୁକ୍ତମାନକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢଉ କରୁଛି ପୁଲିସ୍  ।

ସମ୍ବନ୍ଧିତ ଖବର