ବାରଙ୍ଗ : ନନ୍ଦନକାନନ ଥାନା ଅଧୀନ ବିବେକାନନ୍ଦ ସ୍କୁଲ ନିକଟସ୍ଥ ଏକ ନିର୍ମାଣାଧୀନ କୋଠା ଘରେ ରହୁଥିବା ଶ୍ରମିକଙ୍କଠାରୁ ଗତ ରାତିରେ ଲୁଟ୍ ହୋଇଛି। ଲୁଟେରାମାନେ ଦୁଇଜଣ ଶ୍ରମିକଙ୍କୁ ମାଡ଼ ମାରିବା ସହ ଭୁଜାଲି ଦେଖାଇ ତାଙ୍କଠାରୁ ୨ଟି ମୋବାଇଲ୍, ୭ ଶହ ଟଙ୍କା ସମେତ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କଟର୍ ମେସିନ୍, ଗ୍ୟାସ୍ ସିଲିଣ୍ଡର୍, ଚୁଲା, ବେଲ୍ଚା, କଡ଼େଇ ଆଦି ସାମଗ୍ରୀ ଲୁଟି ନେଇଛନ୍ତି। ଏନେଇ ଠିକାଦାର ଗୁନା ପଣ୍ଡା ଆଜି ନନ୍ଦନକାନନ ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବାହାର ରାଜ୍ୟରୁ ଆସିଥିବା ଶ୍ରମିକମାନେ ଉକ୍ତ ନିର୍ମାଣାଧୀନ କୋଠା କାମରେ ନିୟୋଜିତ ଅଛନ୍ତି। ସେମାନେ ସେହିଠାରେ ହିଁ ରହୁଛନ୍ତି। ଗତ ରାତି ପ୍ରାୟ ୧୦ଟା ବେଳେ ପ୍ରାୟ ୭ଜଣ ଦୁର୍ବୃତ୍ତ ଆସି କବାଟ ବାଡ଼େଇଥିଲେ। ଦୁଇ ଜଣ ଶ୍ରମିକ କବାଟ ଖୋଲି ପଦାକୁ ଆସିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା ସହ ଲୁଟ୍ କରିଥିଲେ।
ଭୁଜାଲି ଦେଖାଇ ଶ୍ରମିକଙ୍କଠାରୁ ଲୁଟ୍
/sambad/media/post_attachments/wp-content/uploads/2020/11/loot-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)