ଭୁବନେଶ୍ବର: ଜଣେ ମହିଳା ଓକିଲଙ୍କ ବେକରୁ ସୁନାଚେନ୍ ଝାମ୍ପିନେବା ମାମଲାରେ ମଞ୍ଚେଶ୍ୱର ଥାନା ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ୟୁନିଟ୍-୬ରେ ରହୁଥିବା ଗଞ୍ଜାମ ଭଞ୍ଜନଗରର ଚିତ୍ତରଞ୍ଜନ ଦଳେଇ ଓ ଜଟଣୀର କାହ୍ନୁ ବଳିୟାରସିଂହ। ସେମାନଙ୍କଠାରୁ ଲୁଟ୍ ସୁନାଚେନ୍ ସହ ଅପରାଧରେ ବ୍ୟବହୃତ ଏକ ବାଇକ୍ ଜବତ କରାଯାଇଛି।
ସୂଚନା ମୁତାବକ, ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଆଇନଜୀବୀ ବେବିନା ସେଠୀ ତାଙ୍କ ସହଯୋଗୀ ପ୍ରଫୁଲ୍ଲ ସେଠୀଙ୍କ ସହ ବାଇକ୍ରେ କଟକ ଯାଉଥିଲେ। କୁଆଖାଇ ପୋଲ ଉପରେ ଅଭିଯୁକ୍ତଦ୍ବୟ ତାଙ୍କୁ ବାଇକ୍ରେ ପିଛା କରି ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ। ଏ ସଂପର୍କରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ଉଭୟଙ୍କୁ ଚିହ୍ନଟ କରି ଗିରଫ କରିଛି। ଉଭୟ ଏକାଠି ରହି ଏଭଳି ଲୁଟ୍ପାଟ୍ କରୁଥିଲେ। ଉଭୟଙ୍କର ଆପରାଧିକ ରେକର୍ଡକୁ ନେଇ ପୁଲିସ୍ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/cri-arrest.jpg)