ଭୁବନେଶ୍ୱର : ଦୋକାନୀକୁ ଥଣ୍ଡା ପାନୀୟ ମାଗିଲେ। ଦୋକାନୀ ଆଣିବା ପାଇଁ ଫ୍ରିଜ୍ ଖୋଲୁ ଖୋଲୁ ଡ୍ରୟାର୍ରେ ହାତ ପୂରାଇ ୮ ହଜାର ଟଙ୍କା ନେଇ ପଳାଉଥିଲେ। ଗୋଟିଏ ବାଇକ୍ରେ ତିନିଜଣ ଫେରାର ହୋଇ ଯାଉଥିବା ବେଳେ ଜଣକୁ ଲୋକ ମାଡ଼ି ବସିଲେ। ଧରାପଡ଼ିଥିବା ଅଭିଯୁକ୍ତ ଠାରୁ ଟଙ୍କା ଜବତ କରିବା ସହ ଉତ୍ତମ ମଧ୍ୟମ ଦେଇ ପୁଲିସ ଜିମା ଦେଲେ। ଆଜି ସନ୍ଧ୍ୟାରେ ଏଭଳି ଏକ ଘଟଣା ବଡ଼ଗଡ଼ ବ୍ରିଟ୍ କଲୋନୀରେ ଘଟିଛି। ଏହାକୁ ନେଇ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। କେତେକ ଯୁବକ ବାଇକ୍ ଧରି ଦୁଇ ଫେରାର ଅଭିଯୁକ୍ତଙ୍କୁ ଗୋଡ଼ାଇ ନିରାଶ ହୋଇଥିଲେ। ଅନ୍ୟପଟେ ବଡ଼ଗଡ଼ ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ମଧ୍ୟ ଫେରାର ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ। ତେବେ ସିସିଟିଭି ଫୁଟେଜ୍ ଓ ଅଟକ ଅଭିଯୁକ୍ତର ବୟାନକୁ ଆଧାର କରି ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଠାବ କରିଛି। ଖୁବ୍ଶୀଘ୍ର ଉଭୟଙ୍କୁ ଧରାଯିବ ବୋଲି ପୁଲିସ କହିଛି।
ଦୋକାନରୁ ଟଙ୍କା ଲୁଟ୍ ବେଳେ କାବୁ କଲେ ଲୋକେ
/sambad/media/post_attachments/wp-content/uploads/2019/05/la-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)