ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଏମିତି

ମେଟାଲ ଡିଟେକ୍ଟର ନାହିଁ, ଫାଇଲ୍‌ରେ ସୀମିତ ୱାଚ୍‍ ଟାୱାର୍‌

ପୁରୁଣା ଭୁବନେଶ୍ୱର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସୀମାରେ ଉତ୍ତେଜନା ସ୍ଥିତି ଲାଗି ରହିଛି। ଏପରି କ୍ଷେତ୍ରରେ ଦେଶର ବିମାନବନ୍ଦରଠାରୁ ଆରମ୍ଭ କରି ମେଟ୍ରୋ ଷ୍ଟେସନ୍‌ ଗୁଡ଼ିକରେ ଆଲର୍ଟ ଜାରି କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ହେଲେ ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଏବେ ହୁଗୁଳା। କେବଳ ମହାଶିବରାତ୍ରି ଆସିଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବା ସହ ଲୋକ ଦେଖାଣିଆ ଆଇନ କଡ଼ାକଡ଼ି କରାଯାଏ। ଏହାପରେ ଯେମିତି କୁ ସେମିତି। ପ୍ରକାଶ ଯେ, ଦୀର୍ଘ ବର୍ଷେ ହେଲା ମନ୍ଦର ପ୍ରବେଶ ଦ୍ବାରରେ ଥିବା ମେଟାଲ ଡିଟେକ୍ଟର କାମ କରୁନଥିବା ବେଳେ ତାହାକୁ ଉଠାଇ ନିଆଯାଇଛି। ମନ୍ଦିର ଚାରିପଟେ ୱାର୍ଚ ଟାୱାର ଫାଇଲ୍‌ରେ ସୀମିତ ରହିଛି। ମନ୍ଦିର ସିଂହଦ୍ବାର ନିକଟରେ ବନ୍ଧୁକଧାରୀ ପୁଲିସ ପୂର୍ବରୁ ରହୁଥିଲେ ମଧ୍ୟ ଏବେ ଦେଖିବାକୁ ମିଳୁନାହାନ୍ତି। ଏପରିକି ମେଟାଲ ଡିଟେକ୍ଟର କିମ୍ବା ହ୍ୟାଣ୍ଡ୍‌ ମେଟାଲ ଡିଟେକ୍ଟର ନାହିଁ। ଅନ୍ୟପଟେ ମନ୍ଦିର ଭିତରେ ଥିବା ଫାଣ୍ଡି କାର୍ଯ୍ୟରେ ଲାଗୁ ନାହିଁ। ନୂତନ ଫାଣ୍ଡି ତିଆରି ହୋଇଥିବା ସତ୍ତ୍ବେ ଏହା ବ୍ୟବହାରରେ ଲାଗୁନାହିଁ।

ସମ୍ବନ୍ଧିତ ଖବର