ପ୍ରେମ, ପ୍ରତାରଣା ମାମଲାରେ ନୂଆମୋଡ଼ : ଅଭିଯୋଗକୁ ଅଭିନେତ୍ରୀଙ୍କ ଅସ୍ୱୀକାର, ମାମଲା ରଫାଦଫା ପାଇଁ ଚାପ

ଭୁବନେଶ୍ବର : ଓଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଆସିଥିବା ପ୍ରେମ, ପ୍ରତାରଣା ମାମଲା ନୂଆ ମୋଡ଼ ନେଇଛି। ଅଭିନେତ୍ରୀଜଣକ ମାମଲାକୁ ରଫାଦଫା କରିବାକୁ ଜଣେ ବନ୍ଧୁଙ୍କ ଜରିଆରେ ଚାପ ପକାଉଛନ୍ତି। ଟଙ୍କା ସହ ସବୁ ଉପହାର ଫେରାଇ ଦେବାକୁ ସେ ଫୋନ୍‌ କରି କହିଥିବା ଅଭିଯୋଗକାରୀ କହିଛନ୍ତି। ଅପରପକ୍ଷରେ ବିଶାଖାପାଟଣାର ପଦ୍ମରାଜୁ ରବି କୁମାର ଅଭିନେତ୍ରୀଙ୍କୁ ଲକ୍ଷାଧିକ ଟଙ୍କା ସହ ସୁନାଚେନ୍‌ ଓ ଲ୍ୟାପ୍‌ଟପ୍‌ ଦେଇଥିବା ଅଭିଯୋଗ କରିଥିବା ବେଳେ ଅଭିନେତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ସେ ପାଲଟା ଅଭିଯୋଗ ଆଣି କହିଛନ୍ତି ତାଙ୍କର ସମ୍ପୃକ୍ତ ଯୁବକ ରବି କୁମାରଙ୍କ ସହ ପ୍ରେମ ସମ୍ପର୍କ ନାହିଁ। ରବି କୁମାର ତାଙ୍କଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ଧାର୍‌ ନେଇଥିବା ବେଳେ ଅଳ୍ପ କିଛି ଟଙ୍କା ଫେରାଇଛନ୍ତି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଥାଇ ଅଭିଯୋଗକାରୀ ଏକ ଭିଡିଓ ଜାରି କରି କହିଛନ୍ତି, ତାଙ୍କ ପାଖରେ ସମସ୍ତ ପ୍ରମାଣ ରହିଛି। ଯଦି ଏହାକୁ ମିଛ ପ୍ରମାଣିତ କରିବାକୁ ଅଭିନେତ୍ରୀଙ୍କ ପାଖରେ କିଛି ପ୍ରମାଣ ରହିଛି ତେବେ ସେ ତାହା ଦେଖାନ୍ତୁ। ଏହି ମାମଲାରେ ପୁଲିସ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ବୋଲି ରବି କୁମାର ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ ଅଭିନେତ୍ରୀଙ୍କ ବିରୋଧରେ ରବି କୁମାର ପ୍ରତାରଣା ଓ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ ଇମେଲ୍‌ ଜରିଆରେ ପୁଲିସ କମିସନରଙ୍କୁ ଅଭିଯୋଗ କରିଛନ୍ତି। ମାଟ୍ରିମୋନି ସାଇଟ୍‌ରୁ ଅଭିନେତ୍ରୀଙ୍କ ସହ ସଂପର୍କ ନିବିଡ଼ ହେବା ପରେ ବିବାହର ପ୍ରତିଶ୍ରୁତି ଦେଇ ପର୍ଯ୍ୟାୟକ୍ରମେ ରବି କୁମାରଙ୍କଠାରୁ ଅଭିନେତ୍ରୀଜଣକ ଲକ୍ଷାଧିକ ଟଙ୍କା ନେଇଛନ୍ତି। କିନ୍ତୁ ଏବେ ବିବାହ ପାଇଁ ରାଜି ହେଉନାହାନ୍ତି।

ସମ୍ବନ୍ଧିତ ଖବର