ଚନ୍ଦ୍ରଶେଖରପୁର: ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ଓ ଅନ୍ୟ ଜଣେ ଯୁବକକୁ ହାଣିଦେଲା ସ୍ବାମୀ। ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଇନ୍ଫୋସିଟି ଥାନା ଅଧୀନ ଚୁନୁକୋଳି ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ପୁଲିସ ଯୁବକ ଓ ମହିଳାଙ୍କୁ ପଟିଆ ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛି। ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି। ଅପରପକ୍ଷେ ଅଭିଯୁକ୍ତ ସ୍ବାମୀ ଦାମ ଭଦ୍ରା (୪୨)କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ପୁଲିସ ତା'ଠାରୁ ଗୋଟିଏ ରକ୍ତଭିଜା କଟୁରି ଜବତ କରିଛି।
ପୁଲିସ ସୂଚନା ଅନୁଯାୟୀ, ଦାମ ଆଜି ସଂଧ୍ୟାରେ ଘରକୁ ଫେରିବା ପରେ ଖୋର୍ଧା ଅଞ୍ଚଳର ବିଦ୍ୟାଧରଙ୍କୁ ତାଙ୍କ ଘରେ ଦେଖିଥିଲା। ତେବେ ତା' ସ୍ତ୍ରୀ ସହ ବିଦ୍ୟାଧରର ପ୍ରେମ ସଂପର୍କ ଥିବା ସନ୍ଦେହ କରି ସେ ଦୁହିଁଙ୍କୁ ପ୍ରଥମେ ମାଡ଼ ମାରିବା ସହ ପରେ ଏକ କଟୁରିରେ ଆକ୍ରମଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/murder-1200-1.jpg)