ଚନ୍ଦ୍ରଶେଖରପୁର: ଲଭ୍-ସେକ୍ସ-ଧୋକା ମାମଲା ଆଜି ନୂଆ ମୋଡ଼ ନେଇଛି। ଗିରଫ ହୋଇଥିବା ଘେରାଇ ବ୍ୟାଙ୍କ ଡିଜିଏମ୍ ସୁନୀଲ ପ୍ରସାଦ ମିଶ୍ର(୨୫)ଙ୍କ ମା’ ଆଜି ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣା ଦେଇଥିଲେ। ଏକ ମହିଳା ସଂଗଠନର କିଛି ମହିଳାଙ୍କ ସହ ସେ ଥାନା ଆଗରେ ଦୀର୍ଘ ସମୟ ଧରି ବସି ରହିଥିଲେ। ସୁନିଲଙ୍କ ମା’ଙ୍କ କହିବା ଅନୁଯାୟୀ, ତାଙ୍କ ପୁଅ ଏକା ଦୋଷୀ ନୁହେଁ। ଅଧ୍ୟାପିକା ଯୁବତୀଙ୍କ ମଧ୍ୟ ଏହି ଘଟଣାରେ ସମାନ ଦୋଷ ରହିଛି। କିନ୍ତୁ ପୁଲିସ୍ ତାଙ୍କୁ ଗିରଫ କରି କାହିଁକି ଛାଡ଼ିଦେଲା। ପୁଲିସ୍ର ଏପରି କାର୍ଯ୍ୟ ସନ୍ଦେହ ସୃଷ୍ଟି କରୁଛି। ତେଣୁ ଅଧ୍ୟାପିକାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସେ ଦାବି କରିଥିଲେ। ଅପରପକ୍ଷେ ସକାଳ ୧୧ଟାରୁ ସଂଧ୍ୟା ପର୍ଯ୍ୟନ୍ତ ସୁନିଲ୍ଙ୍କ ମା’ ଥାନା ଆଗରେ ବସି ରହିଥିବାରୁ ପୁଲିସ୍ ତାଙ୍କୁ ବୁଝାସୁଝା କରି ଧାରଣାରୁ ଉଠାଇଥିଲା।
ପ୍ରଶ୍ନ କଲେ ସେ ଝିଅକୁ ଛାଡ଼ିଲେ କେମିତି, ଅଧ୍ୟାପିକାଙ୍କୁ ବି ଗିରଫ କର