ଯାଁଳା : ଫସିଲା ମିଛୁଆ ପ୍ରେମିକ

ଖଣ୍ଡଗିରି : ନିଜକୁ ଅବିବାହିତ କହି ଜଣେ ଯୁବତୀଙ୍କ ସହ ଦୀର୍ଘ ୫ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିବା ଯୁବକ ଶେଷରେ ପୁଲିସ ଜାଲରେ ଫସି ଯାଇଛି। ମିଛୁଆ ପ୍ରେମିକ ବିରୋଧରେ ଯୁବତୀ ଜଣଙ୍କ ଯାଁଳା ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ଯାଁଳା ମେଡିକାଲ ବସ୍ତିରେ ରହୁଥିବା ଉକ୍ତ ଯୁବତୀ ଏବଂ ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ଏହି ଯୁବକ ତମାଣ୍ଡୋସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଯୁବକ ଜଣକ ନିଜକୁ ଅବିବାହିତ କହି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା। ବିଭିନ୍ନ ଆଳରେ ବିବାହ ଗଡ଼ାଇ ଗଡ଼ାଇ ସେ ୫ ବର୍ଷ ବିତାଇ ଦେଇଥିଲା। ମାତ୍ର ସେ ବିବାହିତ ବୋଲି ଏବେ କୌଣସି ସୂତ୍ରରୁ ଯୁବତୀ ଜଣକ ଜାଣିପାରିଥିଲେ।

ଏହାପରେ ଯୁବତୀ ଜଣକ ଯାଁଳା ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ହେବା ଜାଣିବା ପରେ ଆଜି ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କ ସମ୍ପର୍କୀୟଙ୍କ ସହ ସ୍ଥାନୀୟ ଏକ ମନ୍ଦିରରେ ଆଲୋଚନା କରିଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ବୈଠକ ସ୍ଥଳରୁ ଯୁବକକୁ ଉଠାଇ ଆଣିଥିଲା।

ସମ୍ବନ୍ଧିତ ଖବର