ଚନ୍ଦ୍ରଶେଖରପୁର: ଆଜି ମଧ୍ୟାହ୍ନରେ ପଟିଆ ଛକ ନିକଟରେ ଥିବା ଯଶୋଦା ହୋମ୍ସ ଆପାର୍ଟମେଣ୍ଟ୍ର ଏକ ଗେଷ୍ଟହାଉସ୍ରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଅମିତ୍ କୁମାର ଜେନା। ସେ ତାଙ୍କ ପ୍ରେମିକାଙ୍କ ଓଢ଼ଣିରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି ଗେଷ୍ଟହାଉସ୍ ମାଲିକ ପୁଲିସ୍କୁ ସୂଚନା ଦେଇଛନ୍ତି। ମୃତ ଯୁବକଙ୍କ ଘର କଟକ ଜିଲ୍ଲା ବାଙ୍କି ନିସିତ୍ପୁରରେ ହୋଇଥିବା ବେଳେ ସେ ତାଙ୍କ ପ୍ରେମିକାଙ୍କ ସହ ପୂର୍ବରୁ ଏଠାରେ ଅନେକଥର ରାତି ବିତାଇଥିବା ମାଲିକ ପ୍ରକାଶ କରିଛନ୍ତି। ବୁଧବାର ରାତିରେ ସେମାନେ କୋର୍ଟ ବିବାହ ପ୍ରମାଣପତ୍ର ସହ ଆଧାର କାର୍ଡ ଦେଇ ହୋଟେଲ୍ରେ ରହିଥିଲେ। ଆଜି ସକାଳେ ସେମାନଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ବଚସା ହୋଇଥିଲା। ଯୁବତୀ ଜଣଙ୍କ ଗାଧୋଇବା ପାଇଁ ଯିବାପରେ ଅମିତ୍ ଫ୍ୟାନ୍ରେ ଝୁଲି ପଡ଼ିଥିଲେ। ଏନେଇ ସେ ଗେଷ୍ଟହାଉସ୍ କର୍ମଚାରୀଙ୍କୁ ଜଣାଇବା ସହ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ଶବ ଜବତକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛି। ତେବେ ଅମିତକୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକ କହିଛନ୍ତି।
ପ୍ରେମିକା ଓଢ଼ଣିରେ ଝୁଲି ପଡ଼ିଲେ ପ୍ରେମିକ
/sambad/media/post_attachments/wp-content/uploads/2018/07/suicide-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)