ଧଉଳି: ୪ ଦିନ ତଳେ ଧଉଳି ଥାନା ଅଞ୍ଚଳରୁ ଫେରାର୍ ହୋଇଯାଇଥିବା ଏକ ପ୍ରେମୀଯୁଗଳକୁ ପୁଲିସ ଚେନ୍ନାଇରୁ ଉଦ୍ଧାର କରିଛି। ଉଭୟଙ୍କୁ ଧଉଳି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଦୁହିଁଙ୍କୁ କୋର୍ଟରେ ହାଜର କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ପୂର୍ବାହ୍ଣରେ ଉଭୟଙ୍କ ପରିବାରଲୋକ ଥାନାରେ ପହଞ୍ଚିଥିଲେ। ପ୍ରେମିକାଜଣଙ୍କ +୨ରେ ପଢ଼ୁଥିବାରୁ ପୁଲିସ ତାଙ୍କ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରୁଛି। ଗତ ୯ ତାରିଖରେ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ନାବାଳିକା ଝିଅକୁ ଯୁବକଜଣଙ୍କ ଅପହରଣ କରି ନେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ସୂଚନା ଅନୁଯାୟୀ,ବାଙ୍କୀ ଥାନା କଳାପଥର ଅଞ୍ଚଳର ସଂପୃକ୍ତ ଯୁବକଜଣଙ୍କ ମାସେ ହେବ ମଉସା ଘରକୁ ଆସି ଜଳଖିଆ ଦୋକାନରେ କାମ କରୁଥିଲେ। ଏହି ସମୟରେ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ମୌକା ଦେଖି ୪ ଦିନ ତଳେ ବାଳକାଟି କଲେଜ ରୋଡ୍ରୁ ଫେରାର୍ ହୋଇଯାଇଥିଲେ।
ଧଉଳିରୁ ଫେରାର ପ୍ରେମୀଯୁଗଳ ଚେନ୍ନାଇରୁ ଉଦ୍ଧାର
/sambad/media/post_attachments/wp-content/uploads/2018/12/170621125313_1_540x360.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)