ଭୁବନେଶ୍ୱର : ଏଲ୍ ଆଣ୍ଡ୍ ଟି କନ୍ଷ୍ଟ୍ରକ୍ସନ୍ ପକ୍ଷରୁ ନାଲ୍କୋ ଛକରେ ‘ସଡ଼କ ସୁରକ୍ଷା ସପ୍ତାହ’ ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରଶେଖରପୁର ଟ୍ରାଫିକ୍ ଥାନାରା ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କମ୍ପାନିର ନିରାପତ୍ତା ପ୍ରବନ୍ଧକ ୟୁ ମଣି କଣ୍ଡନ୍, ସୁଶାନ୍ତ କୁମାର ରଥ, ଇଂ ପି ଆଲ୍ଗୋପ୍, ଅନୋଜ ରତନ, ଭି ସୋମାସୁନ୍ଦର, ପ୍ରସନ୍ନ କୁମାର ଦାସ ଯୋଗଦେଇ ନିରାପତ୍ତାର ବାର୍ତା ବାଣ୍ଟିଥିଲେ। ହେଲ୍ମେଟ୍ ପିନ୍ଧିବା, ସିଟ୍ ବେଲ୍ଟ ପିନ୍ଧିବା ନେଇ ସଚେତନ କରାଯିବା ସହ ମିଠା ବାଣ୍ଟିଥିଲେ। ଟ୍ରାଫିକ୍ ବନ୍ଧୁମାନେ ସହଯୋଗ କରିଥିଲେ।
ବାଣ୍ଟିଲେ ନିରାପତ୍ତାର ବାର୍ତା
/sambad/media/post_attachments/wp-content/uploads/2018/01/satya_NIRAPAD-BARTA-BANTILE-PHOTO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)