ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର: ଲୁଲୁ ସେନା ପକ୍ଷରୁ ପୂର୍ବତନ ବିଧାୟକ ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ୫୫ତମ ସର୍ବଦଳୀୟ ଜୟନ୍ତୀ ସମାରୋହ ଆଜି ଇଡକଲ୍‌ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତିସଭାରେ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଯୋଗ ଦେଇଥିଲେ। ସମୃଦ୍ଧ ଓଡ଼ିଶା‌ ଗଠନରେ ଯୁବ ଓ ଛାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସ୍ବର୍ଗତ ମହାପାତ୍ର ଯୁବ ଓ ଛାତ୍ରଙ୍କ ପ୍ରତିନିଧିତ୍ବ କରୁଥିଲେ। ଗତ ୩ ଦଶନ୍ଧି ଧରି ତାଙ୍କର ଯୁବକସୁଲଭ କାର୍ଯ୍ୟଶୈଳୀ ଅବିସ୍ମରଣୀୟ। ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାର ସାହସ ତାଙ୍କ ନିକଟରେ ରହିଥିଲା। ତାଙ୍କର ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ଯୁବ ସମାଜ ଉପରେ ସେ ଯେଉଁ ଛାପ ଛାଡ଼ି ଯାଇଛନ୍ତି, ତାହା ସବୁବେଳେ ମନେ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମାରୋହରେ ରାଜ୍ୟ ବିଜେପିର ସମୀର ମହାନ୍ତି, ବାମପନ୍ଥୀ ନେତା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, ଓଟିଭି କାର୍ଯ୍ୟନିର୍ବାହୀ ଜାଗୀ ମଙ୍ଗତ ପଣ୍ଡା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବିଧାୟକ ଅଂଶୁମାନ ମହାନ୍ତି, ଲୁଲୁ ମହାପାତ୍ରଙ୍କ କନ୍ୟା ଉପାସନା ମହାପାତ୍ର ଓ ସଚିନନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବର: ପୂର୍ବତନ ବିଧାୟକ, ଯୁବନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ୫୫ତମ ଜୟନ୍ତୀ କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲୁଲୁ ମହାପାତ୍ର ରାଜ୍ୟସ୍ମରୀୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିରୋଧୀ ଦଳର ଉପନେତା ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା, ଶିବାନନ୍ଦ ରାୟ ଯୋଗଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିଚରଣ କରିଥିଲେ। ଏହି ଅବସରରେ ଗତ ୯ ତାରିଖରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି କମିଟିର ହେମନ୍ତ କୁମାର ପଣ୍ଡା, ଆଲୋକ ମିଶ୍ର, ଆଲୋକ ମହାନ୍ତି, ମାନସ ଆଚାର୍ଯ୍ୟ, ପ୍ରତାପ ଜେନା, ଘନଶ୍ୟାମ ମହାନ୍ତି, ହେମନ୍ତ ବିଶ୍ବାଳ, ପଦ୍ମାକର ଗୁରୁ, ଆଦିତ୍ୟ ମହାପାତ୍ର, ଯୋଗୀନାଥ ବାହୁବଳେନ୍ଦ୍ର, ପ୍ରଫୁଲ୍ଲ ସୁନାନତି, ତରୁଣ ମିଶ୍ର, ସତ୍ୟସ୍ମିତ ମହାନ୍ତି, ସନ୍ତୋଷ ନନ୍ଦ, ଅକ୍ଷୟ କୁମାର ତୁଙ୍ଗସାମନ୍ତ, ମନୋଜ ବିଶ୍ବାଳ, କୀର୍ତିନାନନ୍ଦ ଦାସ, ବିଶ୍ବ ଦାସ, କିରଣ ସାହୁ, ସଂଜୟ ରାୟ, ସରୋଜ ପରିଡ଼ା, ଜି.ଶ୍ରୀଧର, ରିଜୁୱାନ ଅଲ୍ଲୀ ଖାନ, ସାଗର ପରିଡ଼ା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଶ୍ରୀନିବାସ ରାଉତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର