ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୪ତମ ଜୟନ୍ତୀ ଅବସରରେ ସ୍ୱର୍ଗତ ମହାପାତ୍ରଙ୍କ ବନ୍ଧୁ ତଥା ସମାଜସେବୀ ଅମିୟକାନ୍ତ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଟାରେ ପାଓ୍ଵାର ହାଉସ ଛକରୁ ଏହି ଗଣଦୌଡ଼ ବାହାରି କଳିଙ୍ଗ ଷ୍ଟାଡିୟମ ଛକ ନିକଟରେ ପହଞ୍ଚିଥିଲା। ଏଥିରେ ପାଞ୍ଚ ହଜାରରୁ ଅଧିକ ଛାତ୍ର, ଯୁବକ ଭାଗ ନେଇଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଆର୍ଥିକ ରାଶି ସହ ପୁରସ୍କୃତ କରାଯାଇଥିଲା। ଏହି ଗଣଦୌଡ଼ରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ, ଶ୍ରୀମୟ କର, ଧାବିକା ଦୂତି ଚାନ୍ଦ, ପୂର୍ବତନ କ୍ରିକେଟର ଦେବଶିଷ ମହାନ୍ତି, ଲୁଲୁଙ୍କ କନ୍ୟା ଉପାସନା, ବିଶ୍ୱଭୂଷଣ ଦାସ, ଇତିଶ ପ୍ରଧାନ, ସତ୍ୟାନନ୍ଦ ରାଉତ, ପ୍ରମୋଦ ସାହୁ, ନିରଞ୍ଜନ ନାୟକ, ବିଶ୍ୱଜିତ୍ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଲୁଲୁଙ୍କ ଜନ୍ମଦିନରେ ଗଣଦୌଡ଼
/sambad/media/post_attachments/wp-content/uploads/2018/02/marathon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)