ବାଲିଅନ୍ତା : ହଂସପାଳ - ଜୟଦେବ ରାସ୍ତାର ରାମଚନ୍ଦ୍ରପୁର ସ୍ଥିତ କାଜସେତୁ ନିକଟରେ ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ଅଜଣାଗାଡ଼ି ଧକ୍କାରେ ଜଣେ ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ କାଶୀନାଥ ଭୋଇ (୪୦)। ଘର ବାଲିଅନ୍ତା ଥାନା ଭିଙ୍ଗାରପୁର ପଞ୍ଚାୟତ ଅଧୀନ ସିଙ୍ଗଡ଼ାଭୋଇ ସାହି। କାଶୀନାଥ ଜଣେ ଶ୍ରମିକ। ଏଠାରେ ନିର୍ମାଣାଧୀନ ରାସ୍ତାର ପିଚୁକାମ କରିବା ପାଇଁ ଆଜି ସକାଳେ ସେ ଘରୁ ଯାଇଥିଲେ। କାମସାରି ଅପରାହ୍ଣରେ ଲୁନାରେ ଘରକୁ ଫେରଥିଲେ। ହେଲେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ କାଶୀନାଥ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖି ବାଲିଅନ୍ତା ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପିସିଆର ଭ୍ୟାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାଶୀନାଥଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଜଣା ଗାଡ଼ି ଧକ୍କାରେ ଲୁନା ଆରୋହୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/02/Road-Accident.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)