ରଧଗଜ ତୁରଗପଦାତି ସମାବୃତ୍ତ, ପରିଜନମଣ୍ଡିତ ଲୋକାନୁତେ
ଜୟ ଜୟ ହେ ମଧୁସୂଦନ କାମିନୀ, ଗଜଲକ୍ଷ୍ମୀ ରୁପେଣ ପାଳୟ ମାମ୍।
ଆଜି ଐଶ୍ବର୍ଯ୍ୟର ଦେବୀ ମା’ ଗଜଲକ୍ଷ୍ମୀଙ୍କୁ ସ୍ବାଗତ କରିବା ପାଇଁ ସମଗ୍ର ସହର ହୋଇଉଠିଛି ଚଳଚଞ୍ଚଳ। ମା’ଙ୍କ ଆବାହନୀ ମନ୍ତ୍ରରେ ଗଞ୍ଜରିତ ହୋଇଛି ପୁରପଲ୍ଲୀ। ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଓ ପ୍ରତିମା ବିସର୍ଜନ ପରେ ପରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ସୃଷ୍ଟି ହୋଇଛି ଆଉ ଏକ ଆଧ୍ୟାତ୍ମିକ ପରିବେଶ। ୟୁନିଟ୍ ୪ରେ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଓ ‘ଜୟ ଓଡ଼ିଶା’, ୟୁନିଟ୍ ୯ରେ ଫ୍ରେଣ୍ଡ୍ସ କ୍ଲବ୍, ବାପୁଜୀନଗରରେ ବାପୁଜୀ ୟୁଥ୍ ଆସୋସିଏସନ୍, ସିଆର୍ପି ଛକସ୍ଥିତ ହମତୁମ୍ ପୂଜା କମିଟି, ଜଗନ୍ନାଥନଗର ରୋଡ୍-୧ ଗଜଲକ୍ଷ୍ମୀ ପୂଜା କମିଟି, ନୂଆଗାଁ ଗଜଲକ୍ଷ୍ମୀ ପୂଜା କମିଟି, ନଁପୁଟ ଗଜଲକ୍ଷ୍ମୀ ପୂଜାକମିଟି, ଜଗନ୍ନାଥନଗର ସାମନ୍ତରାୟ ମାର୍କେଟ କମ୍ପ୍ଲେକ୍ସ, ଜଗନ୍ନାଥନଗର ରୋଡ୍ ନମ୍ବର ୮, ଝାରପଡ଼ା ଦୁର୍ଗପୂଜା ସମିତି, ସହିଦନଗର, ଅଶୋକନଗରସ୍ଥିତ ଭୁବନେଶ୍ବ ବ୍ୟବସାୟୀ ସଂଘ ସହ ବିଭିନ୍ନ ପୂଜାକମିଟି ପକ୍ଷରୁ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଆଜିଠାରୁ ଆରମ୍ଭ ହୋଇଛି। ମଣ୍ଡପରେ କଳସ ସ୍ଥାପନ ଓ ଅଧିବାସ ସହ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ମୀନାବଜାର, ଦୋଳି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି ଆଦିର ବ୍ୟବସ୍ଥା କରାଯାଇଛି।
ବିରାଜିଲେ ମା’ ଗଜଲକ୍ଷ୍ମୀ
ଆଜି ଐଶ୍ବର୍ଯ୍ୟର ଦେବୀ ମା’ ଗଜଲକ୍ଷ୍ମୀଙ୍କୁ ସ୍ବାଗତ କରିବା ପାଇଁ ସମଗ୍ର ସହର ହୋଇଉଠିଛି ଚଳଚଞ୍ଚଳ। ମା’ଙ୍କ ଆବାହନୀ ମନ୍ତ୍ରରେ ଗଞ୍ଜରିତ ହୋଇଛି ପୁରପଲ୍ଲୀ। ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଓ ପ୍ରତିମା ବିସର୍ଜନ ପରେ ପରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା....
/sambad/media/media_files/2025/10/07/sffsfsxcxc-2025-10-07-01-36-23.jpg)