ଜଟଣୀ : ଜଟଣୀ ସହରାଞ୍ଚଳ କୁଦିଆରୀ ଗ୍ରାମରେ ଥିବା ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ମା’ଙ୍କ ନବରାତ୍ର ପୂଜା ମହୋତ୍ସବ ଆରମ୍ଭ ହୋଇ ୨୬ ତାରିଖ ଯାଏ ପାଳିତ ହେବ ଓ ୯ ଦିନରେ ୯ ବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏହାର ପରିଚାଳନା ନିମନ୍ତେ ଏକ ସମିତି ଗଠନ ହୋଇଛି। ଏଥିରେ ସଭାପତି ସୁରେଶ ଚନ୍ଦ୍ର ହୋତା, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଦାସ, ସଂପାଦକ ଲକ୍ଷ୍ମୀଧର ମହାନ୍ତି, ସଂଗଠନ ସଂପାଦକ ମନୋରଂଜନ ପଣ୍ଡା, ସହ ସଂପାଦକ ପ୍ରଦୀପ ସୁନ୍ଦରାୟ, ଚିତ୍ତରଂଜନ ବଳିଆରସିଂ, ଶ୍ରୀକାନ୍ତ ସାହୁ, କୋଷାଧ୍ୟକ୍ଷ ବାଉରୀବନ୍ଧୁ ସାହାଣୀ, ସହ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା, ହିସାବ ସମୀକ୍ଷକ ବିଜୟ କୁମାର ରାଜା ପ୍ରମୁଖ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀକୁ ଲକ୍ଷ୍ମୀଧର ପାଟ୍ଟଶାଣୀ, ଦେବୀପ୍ରସାଦ ପଟ୍ଟନାୟକ, ଭାସ୍କର ହରିଚନ୍ଦନ, ଉପେନ୍ଦ୍ର ରାଉତରାୟ, ଈଶ୍ୱରଚନ୍ଦ୍ର ସାମନ୍ତରାୟ, ସୁଦର୍ଶନ ସୁନ୍ଦରାୟ, ବିଜୟ ପଣ୍ଡା, ତପନ ମହାନ୍ତି, ସତୀଶ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ସାହାଣୀ ଏବଂ ପ୍ରଦୀପ ବଳିଆରସିଂ ପ୍ରମୁଖ ମନୋନୀତ ହୋଇଥିବା ନେଇ ଏକ ପ୍ରେସ ବିବୃତିରେ ସଂପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp