ଅକ୍ଟୋବର ପ୍ରଥମ ସପ୍ତାହରୁ ଯାନ୍ତ୍ରିକ ସଫେଇ

ଦୁଇଟି ରୁଟ୍‌ରେ ୮୦କିମି ରାସ୍ତାରେ ହେବ, ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ସଫେଇ

ଭୁବନେଶ୍ୱର: ହକି ବିଶ୍ୱକପ୍‌କୁ ନଜରରେ ରଖି ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରୁ ରାଜଧାନୀରେ ଯାନ୍ତ୍ରିକ ସଫେଇ ଆରମ୍ଭ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ପଞ୍ଜାବର ପ୍ରୋ ପାଓ୍ଵାର ସୁଇପିଂ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ଏବଂ ଝାଡ଼ଖଣ୍ଡର ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସକୁ ବଛାଯାଇଛି। ଦୁଇଟି ସଂସ୍ଥା ରାଜଧାନୀର ୮୦କିମି ରାସ୍ତାରେ ମେସିନ୍‌ ସହାୟତାରେ ସଫେଇ କରିବେ। ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଏହି ସଫେଇ ହେବ ବୋଲି ନିଷ୍ପତ୍ତି ହୋଇଛି। ରାଜଧାନୀର ମୋଟ୍‌ ୮୦କିମି ରାସ୍ତାରେ ଏହି ଯାନ୍ତ୍ରିକ ସଫେଇ ହେବାକୁ ଥିବାବେଳେ ଏହାକୁ ଦୁଇଟି ପ୍ୟାକେଜ୍‌ରେ ବିଭକ୍ତ କରାଯାଇଛି। ପ୍ୟାକେଜ୍‌ ୧ରେ ୩୭କିମି ଏବଂ ପ୍ୟାକେଜ୍‌-୨ରେ ୪୩.୫କିମି ରାସ୍ତା ରହିଛି। ପଞ୍ଜାବର ପ୍ରୋ ପାଓ୍ଵାର ସୁଇପିଂ କମ୍ପାନି ଏବଂ ଲାୟନ୍ସ ସର୍ଭିସେସ୍‌ ମିଳିତ ଭାବେ ପ୍ୟାକେଜ୍‌-୧ରେ ସଫେଇ କରିବାକୁ ଥିବାବେଳେ ପ୍ୟାକେଜ୍‌-୨ରେ ଝାଡ଼ଖଣ୍ଡର ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସ୍‌ ପ୍ୟାକେଜ୍‌-୨ରେ ସଫେଇ କରିବେ। ଏହି ଦୁଇଟି ସଂସ୍ଥା ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ମେସିନ୍‌ ମାଧ୍ୟମରେ ସଫେଇ କରିବେ।

ବିଏମ୍‌ସିର ସୂଚନା ଅନୁଯାୟୀ, ପ୍ୟାକେଜ୍‌-୧ରେ କିଟ୍‌ ଛକରୁ ଜୟଦେବ ବିହାର ଛକ, ସିଆର୍‌ପିରୁ ପାୱାରହାଉସ୍‌, ଷ୍ଟିୱାର୍ଟ ସ୍କୁଲରୁ ଡେଲ୍‌ଟା, ଗଭର୍ଣ୍ଣର ହାଉସରୁ ଗୋପବନ୍ଧୁ ଛକ, ଗୋପବନ୍ଧୁ ଛକରୁ ଶିରିପୁର, ଗୋପବନ୍ଧୁ ଛକରୁ ପାଇକ ନଗର, ଡେଲ୍‌ଟାରୁ ଫାୟାରଷ୍ଟେସନ୍‌ ଛକ, ଡେଲ୍‌ଟାରୁ ଗଙ୍ଗନଗର, ଗଭର୍ଣ୍ଣର ହାଉସ୍‌ରୁ ଗଙ୍ଗନଗର ଛକ, ଜୟଦେବ ବିହାରରୁ ଗଭର୍ଣ୍ଣର ହାଉସ, କିଟ୍‌ ଛକରୁ ଶିଖରଚଣ୍ଡୀ, ଶିଖରଚଣ୍ଡୀରୁ ଇନ୍‌ଫୋସିସ୍‌ ଛକ, ପଟିଆ ଛକରୁ ଇନ୍‌ଫୋସିସ୍‌, ଆଇଆର୍‌ସି ଭିଲେଜ୍‌ ରିଙ୍ଗ୍‌ରୋଡ୍‌ (ସିଆର୍‌ପି ଛକ-ଏକାମ୍ରକାନନ-ଜୟଦେବ ବିହାର), ଖଣ୍ଡଗିରିରୁୁ ରସୁଲଗଡ଼ ଜାତୀୟ ରାଜପଥ।

ପ୍ୟାକେଜ୍‌-୨ରେ ରାଜ୍ୟ ସଂଗ୍ରହାଳୟରୁ ଗ୍ୟାରେଜ୍‌ ଛକ, ବାଣୀବିହାରରୁ ଶିଶୁଭବନ, ଶିଶୁଭବନରୁ କ୍ୟାପିଟାଲ ହସ୍ପିଟାଲ, ନୂଆ ବିମାନବନ୍ଦର ଛକରୁ ବିମାନବନ୍ଦର ଗୋଲେଇ, କଳ୍ପନା ଛକରୁ ଗଭର୍ଣ୍ଣର ହାଉସ୍‌, ରାଜ୍ୟ ସଂଗ୍ରହାଳୟରୁ ରସୁଲଗଡ଼, ଗଙ୍ଗନଗରରୁ ଶିଶୁଭବନ, ଶିଶୁଭବନରୁ ମାଉସୀ ମା’ ଛକ, ସଂଗ୍ରହାଳୟ ଛକରୁ ମାଉସୀମା’ ଛକ – ବଢ଼େଇବାଙ୍କ ହୋଇ ପୁନାମା ଗେଟ୍‌ ଛକ, ପୁନାମା ଗେଟରୁ ଫରେଷ୍ଟ ପାର୍କ ବସ୍‌ଷ୍ଟାଣ୍ଡ, ବଢ଼େଇବାଙ୍କ ଛକରୁ ଗ୍ୟାରେଜ୍‌ ଛକ, ଗଙ୍ଗନଗରରୁ ଏଲ୍‌ଆଇସି ଛକ, ପଟେଲମାର୍ଗ, ମଧୁସୂଦନ ମାର୍ଗ, ରବୀନ୍ଦ୍ରମଣ୍ଡପ ଛକରୁ ୧୨୦ ବାଟାଲିୟାନ୍‌ ଛକ, ନିକୋ ପାର୍କରୁ ମହର୍ଷି କଲେଜ ଛକ, ଖଣ୍ଡଗିରିରୁ ଲିଙ୍ଗରାଜ ଷ୍ଟେସନ୍‌ ଗେଟ୍‌- ପୁନାମାଗେଟ୍‌ ଫ୍ଲାଇ-ଓଭର, ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗହସ୍ପିଟାଲ୍‌ ଏବଂ ପ୍ରେସ୍‌ ଛକରୁ ଓମଫେଡ୍‌ ଛକ। ନିୟୋଜିତ ସଂସ୍ଥାଗୁଡ଼ିକ ନିର୍ମାଣ ଜନିତ ବର୍ଜ୍ୟବସ୍ତୁ ସଫା କରି ତାହାକୁ ପୋଖରୀପୁଟ ଓ ପଟିଆରେ ଥିବା ନିର୍ଦ୍ଧାରିତ ସ୍ଥାନରେ ଜମା କରିବେ ଏବଂ ଅନ୍ୟ ସାଧାରଣ ଆବର୍ଜନାକୁ ସୈନିକ ସ୍କୁଲ୍‌ ନିକଟରେରହିଥିବା ଅସ୍ଥାୟୀ ଡମ୍ପିଂୟାର୍ଡରେ ଜମା କରିବେ। ଏହାସହ ରାଜଧାନୀରେ ଲାଗିଥିବା ଫଳକ, ଷ୍ଟ୍ରିଟ୍‌ ଫର୍ଣ୍ଣିଚର୍‌ଏବଂ ପ୍ରତିମୂର୍ତ୍ତିଗୁଡ଼ିକ ନିୟମିତ ସଫା କରିବେ।

ସମ୍ବନ୍ଧିତ ଖବର