ଭୁବନେଶ୍ୱର : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମଦ ବିରୋଧୀ ଆନ୍ଦୋଳନକାରୀଙ୍କ ଉପସ୍ଥିତିରେ ଆସନ୍ତା ୩୦ ତାରିଖ ସକାଳ ୧୦ଟାରେ ଲୋୟର ପିଏମ୍ଜିରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟରେ ଚାଲିଥିବା ମଦମୁକ୍ତି ଆନ୍ଦୋଳନର ସଫଳତା ଓ ସମସ୍ୟା କଥା ଶୁଣିବାକୁ ମିଳିବ। ଏଥିରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ସଭାପତି ପଦ୍ମଚରଣ ନାୟକ ନିବେଦନ କରିଛନ୍ତି। ଏହାର ପୂର୍ବଦିନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସ ପରିସରରେ ଏହି ସମ୍ପର୍କିତ ଏକ ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏଣୁ ସମଗ୍ର ଦେଶ ମଦମୁକ୍ତ ହେବା ଲକ୍ଷ୍ୟରେ ‘ମଦମୁକ୍ତ ଭାରତ’ ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିବାକୁ ଶ୍ରୀ ନାୟକ ଆହ୍ଵାନ ଦେଇଛନ୍ତି।
ମଦମୁକ୍ତ ଭାରତ ଲକ୍ଷ୍ୟରେ ୩୦ରେ ଭୁବନେଶ୍ୱର ଚାଲ
/sambad/media/post_attachments/wp-content/uploads/2018/01/alcohol.jpg)
/sambad/media/agency_attachments/2024-07-24t043029592z-sambad-original.webp)