ଧବଳେଶ୍ୱରଙ୍କୁ ଲାଗି ପାଇଁ ତିଆରି ହେଲା ତରଣ

ପୁରୁଣା ଭୁବନେଶ୍ୱର: ଶ୍ରୀଧବଳେଶ୍ୱରଙ୍କୁ ଅର୍ପଣ ପାଇଁ ଆଜି କପିଳେଶ୍ବରରେ ମହିଳାମାନେ ତରଣ ତିଆରି କରିଛନ୍ତି। ଏଥିପାଇଁ ଆଜି ଦିନତମାମ ଉପବାସରେ ଥିବା ପ୍ରାୟ ଶତାଧକ ମହିଳା ନିଜ ଘରେ ଚାଉଳ ଚୂନା, ଗୁଡ଼, ନଡ଼ିଆ, ଆଖୁ ରସ, ତେଜପତ୍ର ପକାଇ ମାଟିହାଣ୍ଡିରେ ତରଣ ପ୍ରସ୍ତୁତ କରିଥିଲେ। କପିଳେଶ୍ୱର ଗ୍ରାମରେ ମହିଳାମାନେ କୋଠା ଉପରେ ଓ ଖୋଲା ସ୍ଥାନରେ ଏହାକୁ ତିଆରି କରିଥିଲେ। ବଡ଼ଓଷା କରିଥିବା ମହିଳାମାନେ ଘରେ ତିଆରି କରି ରଖିଥିବା ତରଣକୁ ଆସନ୍ତାକାଲି ପୂର୍ଣ୍ଣମୀ ତିଥିରେ ପରିବାରର ପୁରୁଷମାନେ ଧବଳେଶ୍ୱରଙ୍କୁ ଲାଗି କରି‌ବେ।

ଏହାକୁ ଲାଗି କରିବା ପରେ ଶ୍ରଦ୍ଧାଳୁମାନେ ଏହି ତରଣ ପ୍ରସାଦ ପାଇବେ ବୋଲି ସେବାୟତ ପରିବାରର ମହିଳା ସୁଚିତ୍ରା ପଣ୍ଡା କହିଛନ୍ତି। ତେବେ ଚଳିତ ବର୍ଷ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଆଜି ତରଣ କରାଯାଇଛି। ଆସନ୍ତାକାଲି କପିଳନାଥଙ୍କୁ ଲାଗି କରାଯିବ।

ସମ୍ବନ୍ଧିତ ଖବର