ଓଡ଼ିଶାବାସୀଙ୍କୁ ଓଡ଼ିଆର ପରିଚୟ ଦେଇଥିଲେ ମଧୁବାବୁ

ସଂଭାବନାର ମଧୁ ସ୍ମରଣ ସନ୍ଧ୍ୟା

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ଓଡ଼ିଆର ପରିଚୟ ଦେଇଥିଲେ ମଧୁବାବୁ। ଓଡ଼ିଆ ଜାତି ପାଇଁ ନିଜ ଜୀବନକୁ ତିଳ ତିଳ କରି ଜାଳି ଏ ଜାତିକୁ ଆଲୋକ ଦେଖାଇଛନ୍ତି। ମାତ୍ର ଓଡ଼ିଆ ଜାତି ତାଙ୍କ ତ୍ୟାଗର ମୂଲ୍ୟ ଦେଇନାହିଁ। ପ୍ରତିଟି ମାଆ ନିଜର ପିଲାଙ୍କୁ ମଧୁବାବୁଙ୍କର ଓଡ଼ିଆଙ୍କ ପ୍ରତି ଅବଦାନ ବାବଦରେ କହିଲେ ହିଁ ନୂତନ ପିଢି ମଧୁବାବୁଙ୍କ ଅବଦାନ ସମ୍ପର୍କରେ ଜାଣିପାରିବ ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ତଥା ମଧୁ ବିଶେଷଜ୍ଞ ଦାଶ ବେନହୁର। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ଆୟୋଜିତ ମଧୁ ସ୍ମରଣ ସଂଧ୍ୟାରେ ଏପରି ଆଲୋକାପତ କରିଥିଲେ ଶ୍ରୀ ବେନହୁର। ଏହି ଉତ୍ସବକୁ ସଂଯୋଜନା କରିଥିଲେ ସମିତିର ସଂଯୋଜିକା ସୌଦାମିନୀ ସାମଲ। ‘ସଂଭାବନା’ର ସଂପାଦକ ଦେବ ପ୍ରସାଦ ପରିଜା ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ। ଏହି ଅବସରରେ ଗାୟିକା ଛନ୍ଦା ମିଶ୍ର ମଧୁ ସଂଗୀତ ପରିବେଷଣ କରିଥିଲେ। ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ସହ ଓଡ଼ିଆଣୀ ରଶ୍ମୀ ସାହୁ, ମୀନା ପାଣିଗ୍ରାହୀ, ପଦ୍ମାଳୟା ଶତପଥୀ, ଅମ୍ବିକା ଆଚାର୍ଯ୍ୟ, ଜ୍ୟୋସ୍ନା ପତ୍ରୀ, ବିଦୁଲତା ସ୍ୱାଇଁ, ବିଦ୍ୟୁତପ୍ରଭା ନନ୍ଦ, କାଦମ୍ବିନୀ ପାଳ,ବିଜୟଲକ୍ଷ୍ମୀ ସା, ସଂଧ୍ୟାରାଣୀ ସିଂ, ମଧୁସ୍ମିତା ରାୟ, ମଧୁସ୍ମିତା ସା ଏବଂ ରାଜଶ୍ରୀ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର