କପିଳପ୍ରସାଦରେ ଜମି ମାଫିଆଙ୍କ ରାଜ୍‌

ଭୁବନେଶ୍ୱର : କପିଳପ୍ରସାଦ ଅଞ୍ଚଳରେ ଜମି ମାଫିଆଙ୍କ ସଂଖ୍ୟା ବଢ଼ିଚାଲିଥିବା ଅଭିଯୋଗ କରିଛି ଓଡ଼ିଶା ଊର୍ଦୁ ସର୍କଲ। ଆଜି ନେହେରୁ ଯୁବ ପ୍ରତିଷ୍ଠାନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସର୍କଲର ସଭାପତି ଶେଖ ଅବଦୁଲ ଓ୍ଵାଲି, ସମ୍ପାଦକ ବରକତ୍‌ ଅଲ୍ଲୀ ତନବୀର, ସୂଚନା ଅଧିକାର କର୍ମୀ ପ୍ର୍ରଦୀପ ପ୍ର୍ରଧାନ, ସମାଜସେବୀ ପ୍ରତାପ ସାହୁ, ଜମି ହରାଇଥିବା ଶେଖ ସିରାଜୁଦ୍ଦିନ୍‌ ପ୍ରମୁଖ ଉପସ୍ଥିତ ରହି ଜମି ମାଫିଆଙ୍କ ସମ୍ପର୍କରେ କହିଥିଲେ। ଖୋର୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳର ଜଣେ ବ୍ୟକ୍ତି ନିଜ ନାମ ପରିବର୍ତନ କରି ୯୦ ଡିସିମିଲକୁ ବେଆଇନ ଭାବେ ନିଜ ନାମରେ ପଞ୍ଜୀକରଣ କରି ନେଇଛନ୍ତି। ମିଥ୍ୟା ଦଲିଲ୍‌ କରି ଜମି ହାତେଇଛନ୍ତି। ଏକଥା ପଦାକୁ ଆସିବା ପରେ ଜମି ହରାଇଥିବା ଶେଖ ସିରାଜୁଦ୍ଦିନ୍‌ ଏୟାର ଫିଲଡ୍‌ ଥାନା ସମେତ ଡିସିପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଏୟାରଫିଲଡ୍‌ ଥାନାର ଅଧିକାରୀମାନେ ଏବେ ଚୁପ୍‌ ହୋଇ ବସିପଡ଼ିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର