ମାଘମେଳାକୁ ସରକାରୀ ଅବହେଳା ଅଭିଯୋଗ, ୧୨୦ ସାଧୁ ସମ୍ମାନିତ

ଖଣ୍ଡଗିରି: ପ୍ରତିବର୍ଷ ମାଘମେଳା ଅବସରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଜୁଳି, ପାଣି ବ୍ୟବସ୍ଥା କରାଯାଏ। ମାତ୍ର ଚଳିତ ବର୍ଷ ଏହାର ଅବହେଳା କରାଯାଇଛି। ସାଧୁ, ସନ୍ନ୍ୟାସୀଙ୍କୁ ଯେଉଁଭଳି ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି। ତେଣୁ ଖଣ୍ଡଗିରି ମାଘମେଳାକୁ ଉପଯୁକ୍ତ ମାନ୍ୟତା, ଏହାର ବିକାଶ ପାଇଁ ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତ୍ତି ହୋଇଛି। ମାଘମେଳାର ଅନ୍ତିମ ଦିନରେ ହରିଓମ୍‌ ବାବା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଥିଲା। ଏହି ଅବସରରେ୧୨୦ ଜଣ ସାଧୁସନ୍ଥଙ୍କୁ ସମ୍ମାନିତ କରାଯିବା ସହିତ ଉପଢୌକନ, ମାନପତ୍ର ଏବଂ ନଗଦ ରାଶି ପ୍ରଦାନ କରାଯାଇଥିଲା। ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ବାବୁ ସିଂ, ରଶ୍ମିରଞ୍ଜନ ମହାପାତ୍ର, ପ୍ରଶାନ୍ତ ନାଏକ, କର୍ପୋରେଟର ରଘୁ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ହରିଓମ ବାବା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର