ଶ୍ରୀ ବୈରାଗୀ ଚେତନା ମିସନ ପକ୍ଷରୁ ମହାଯଜ୍ଞ

ଭୁବନେଶ୍ୱର : ଶ୍ରୀ ବୈରାଗୀ ଚତନା ମିସନ ପକ୍ଷରୁ ବାର୍ଷିକ ଚେତନା ମହାଯଜ୍ଞ ଜୟଦେବବିହାର ସ୍ଥିତ ମା’ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁରୁପୂଜା, ଚଣ୍ଡୀପାଠ, ଗାୟତ୍ରୀ ଯଜ୍ଞ ଓ ପ୍ରବଚନ କରାଯାଇଥିଲା। ସଂଘର ଅଧ୍ୟକ୍ଷ ରାଜୁ ବାବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସତ୍ୟଜିତ ତ୍ରିପାଠୀ, ଶରତ ଚନ୍ଦ୍ର ଭଦ୍ର, ଯୋଗାଚାର୍ଯ୍ୟ ରମାକାନ୍ତ କର ଯୋଗଦେଇ ଶ୍ରୀ ବୈରାଗୀଙ୍କ ଚେତନା ଓ ତତ୍ତ୍ୱ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ସାହୁ, ପ୍ରଶାନ୍ତ ଆଚାର୍ଯ୍ୟ, ଆଶୋକ ବଳ, ମହେନ୍ଦ୍ର ରାଉତ, କୁଳମଣି ରାଉତ, ମହେଶ୍ୱର ମହନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର