ଭୁବନେଶ୍ୱର: ମଞ୍ଚରେ ଗୀତ। ତଳେ ନାଚ। ଆରମ୍ଭରୁ ଶେ‌ଷ ଯାଏଁ କେବଳ ନାଚ ହିଁ ନାଚ।। ପୂରା ଲଣ୍ଡନ୍‌ ଠୁମକ୍‌ଦା, କେ ଘୁଙ୍ଗୁରୁ ଟୁଟ୍‌ଗୟେ, ପରମ୍‌ ପରମ୍‌ ପରମ୍‌ ସୁନ୍ଦରୀ, ଦେଖା ନା ହାଏରେ ଶୋଚାନା, ବଚନା ଏ ହସିନୋ, ଉଲ୍ଲାଲା ଉଲ୍ଲାଲା, ଦମ୍‌ ମାରୋ ଦମ୍‌ ଭଳି ଗୋଟିଏ ପରେ ଗୋଟିଏ ଡାନ୍‌ସ୍‌ ଧମାକା ଆଜି ପ୍ରଦର୍ଶନୀ ପଡ଼ିଆକୁ ଦୁଲୁକାଇ ଦେଇଥିଲା। ମଞ୍ଚରେ ଏଭଳି ଗୀତ ପରିବେଷଣ କରିଥିଲେ ମହାଦେବନ୍‌ ବ୍ରଦର୍ସ ସିଦ୍ଧାର୍ଥ ମହାଦେବନ୍‌ ଓ ଶିବମ୍‌ ମହାଦେବନ୍‌ ଏବଂ ଶ୍ରୀନିଧି ଘଟାଟେ। ଗୋଟିଏ ହେଲେ ଧିମା ଗୀତ ସେମାନଙ୍କ ତାଲିକାରେ ନଥିଲା। ଦର୍ଶକଙ୍କୁ ନଚାଇବେ ଯେମିତି ସେମାନେ ପଣ କରି ଆସିଥିଲେ। ଦର୍ଶକ ବି ପୂର୍ବରୁ ପ୍ରସ୍ତୁତ ଥିଲେ ଯେମିତି। କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହି ନଥିଲେ। ବିଦେଶୀ ଦର୍ଶକ ଗୀତ ବୁଝୁ ନଥିଲେ ବି ନାଚିବାରେ ଲାଗିିଥିଲେ। ‘ଜିନ୍ଦା ହୈ ତୋ’ରୁ ଗୀତ ଆରମ୍ଭ ହୋଇଥିଲା। ଏହା ପରେ ଦିଲ୍‌ ଚାହାତା ହୈ, ଅଗର ତୁମ୍‌ ସାଥ୍‌ ହୋ ଭଳି ଡାନ୍ସ ଧମାକା ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା।

Advertisment

publive-image

ଶ୍ରୀନିଧି ଘଟାଟେ ବି କିଛି କମ୍‌ ନଥିଲେ। ଦର୍ଶକଙ୍କ ମୁଡ୍‌କୁ ପରଖି ନେଇଥିଲେ। ଆଉ ଡାନ୍ସ ଧମାକାରୁ ହିଁ ଗୀତ ଆରମ୍ଭ କରି ଡାନ୍ସ ଧମାକାରେ ହିଁ ଶେଷ ହୋଇଥିଲା। ତାଙ୍କର ହମ୍ମା ହମ୍ମା ଗୀତକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ତା’ ସହ ପଞ୍ଜାବୀ ତଡ଼୍‌କା ହାଏରେ ହାଏ ନଖରା ତେରା ନି, ସାୱନ୍‌ ମେଁ ଲଗ୍‌ଗୟି ଆଗ୍‌, ତାରେ ଗିନ୍‌ ଗିନ୍‌, ମେଁ ତେନୁ ସୁଡ଼୍‌ ସୁଡ଼୍‌ କରଦା, କେଶରିୟା, ତୁ ଚିଜ୍‌ ବଡ଼ି ହୈ ମସ୍ତ ମସ୍ତ, ନଶେ ସି ଚଢଗୟି ଓୟେ ପ୍ରଭୃତିରେ ଦର୍ଶକ ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍‌, ତାଳି, ହ୍ବିସିଲ୍‌ରେ ଓ ନାଚରେ ଆନନ୍ଦ ବ୍ୟକ୍ତ କରିଥିଲେ। ଆଗକୁ ସାଧାରଣତନ୍ତ୍ର ଦିବସ ଥିବାରୁ ଦେଶଭକ୍ତି ଗୀତ ‘ସୁନୋ ଗୌର୍‌ସେ ଦୁନିଆୱାଲୋ ପରିବେଷିତ ହୋଇଥିଲା।

ତେବେ ଆଜିର ସାଂସ୍କୃତିକ ସନ୍ଧ୍ୟା ଆରମ୍ଭ ହୋଇଥିଲା ଚର୍ଚ୍ଚିତ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟିକା ଅସୀମା ପଣ୍ଡାଙ୍କ ଗୀତରୁ। ମୁଁ ଖାଣ୍ଟି ଓଡ଼ିଆ ଝିଅରୁ ତାଙ୍କ ପରିବେଷଣ ଆରମ୍ଭ ହୋଇଥିଲା। ଏହା ପରେ ପରେ ହାଏରେ ମୋର ରାନୀ ଗୁରୀ, ରିମ୍ ଝିମ୍ ପାନି ବରଷି ଗଲାରେ, ମୋତେ ଜିଏଫ୍ ବନେଇଦେଲା, ଲଚକ୍ ମଣି ଚୁରା ବେଣୀ ଗୀତକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ସମ୍ବଲପୁରୀ ବିଟ୍‌ରେ ଦର୍ଶକ ନାଚିବା ଆରମ୍ଭ କରିଥିଲେ। ସମସ୍ତ କଳାକାରଙ୍କୁ ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ବର୍ଦ୍ଧିତ କରିଥିଲେ।

ଶେଷ ସନ୍ଧ୍ୟାରେ ବଲିଉଡ୍‌ର ପାୱାର ହାଉସ୍‌ ସଂଗୀତଜ୍ଞ

publive-image

ମଙ୍ଗଳବାର ଭୁବନେଶ୍ବର ଲାଇଭ୍‌ର ଶେଷ ଦିନ। ଡଟ୍‌ଫେଷ୍ଟ୍‌ ମଞ୍ଚରେ ବଲିଉଡ୍‌ ପାୱାର୍‌ ହାଉସ୍‌ ସଂଗୀତଜ୍ଞ ସୁଖୱିନ୍ଦର ସିଂହଙ୍କ ଜଲୱା ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଇଣ୍ଡିଆନ ଆଇଡଲ୍‌ ଫେମ୍‌ ପୱନଦୀପ ଓ ଅରୁଣିତା ମଧ୍ୟ ଲୋକଙ୍କ ମନୋରଂଜନ କରିବେ। ଗୀତ ସହ ନାଚର ବି ଧମାକାଦାର୍‌ ପରିବେଷଣ ହେବ। ଯୋଗଦେବେ ସଲ୍‌ମାନ ୟୁସୁଫ୍‌ ଖାନ୍‌।