ଚନ୍ଦ୍ରଶେଖରପୁର: ପଟିଆ ଛକ ସ୍ଥିତ ମହିମା ଜ୍ଞାନ ମନ୍ଦିର ଶିକ୍ଷାନୁଷ୍ଠାନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଡ.ଦିଗରାଜ ବ୍ରହ୍ମା ଶିକ୍ଷାର୍ଥୀମାନଙ୍କୁ ଭଲ ମଣିଷ ହେବାକୁ ଆହ୍ଵାନ ଦେଇଥିଲେ। ବରିଷ୍ଠ ସାମ୍ବାଦିକା ଚିତ୍ରାଙ୍ଗଦା ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗେଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଟଙ୍କଧର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ସଂପାଦକ ସାଧୁ ସୁବାସ ଚନ୍ଦ୍ର ସାମନ୍ତରାୟ ଓ ସଭାପତି ଶିକ୍ଷାବିତ ପ୍ରତାପ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ। ଶିକ୍ଷକ ପ୍ରକାଶ ଚନ୍ଦ୍ର ସାମଲ ଅତିଥିଙ୍କ ପରିଚୟ ପ୍ରଦାନ କରିବାସହ ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପତି ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ସାଧୁ ଦୟାନିଧି ଦାସ ସେବା ସମ୍ମାନ ପ୍ରଦାନ କରାଯାଇଥିଲା ଓ ଅନୁଷ୍ଠାନର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିକ୍ଷୟିତ୍ରୀ ସୁଷମା ବେହେରା ଧନ୍ୟବାଦ ଜଣାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ମହିମା ଜ୍ଞାନ ମନ୍ଦିରର ପୁରସ୍କାର ବିତରଣ ଉତ୍ସବ
/sambad/media/post_attachments/wp-content/uploads/2018/04/madhu-Mahima-Gyana-Mandir-School.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)