ମହାଳୟାରେ ୫ହଜାର ଭକ୍ତଙ୍କ ପିଣ୍ଡଦାନ

ପୁରୁଣା ଭୁବନେଶ୍ବର : ଆଶ୍ବିନ ମାସର କୃଷ୍ଣପକ୍ଷଠୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ମହାଳୟା ଅମାବାସ୍ୟାରେ ଶେଷ ହୋଇଛି। ୧୫ଦିନ ଧରି ଚାଲିଥିବା ଏହି ଶ୍ରାଦ୍ଧ ପିଣ୍ଡଦାନାଦି କାର୍ଯ୍ୟର ଅନ୍ତିମ ତିଥିରେ ବିନ୍ଦୁସାଗର କୂଳ ଓ ସାମନ୍ତରାପୁର ପାଦଗୟା ପୁଷ୍କରିଣୀରେ ପ୍ରାୟ ପାଞ୍ଚ ହଜାର ଶ୍ରଦ୍ଧାଳୁ ତର୍ପଣ କରିଥିଲେ। ଶାସ୍ତ୍ର ଅନୁସାରେ ପିତୃ ପୁରୁଷଙ୍କ ମୃତ୍ୟୁ ତିଥିରେ ତାଙ୍କର ଉତ୍ତର ପୁରୁଷମାନେ ଶ୍ରାଦ୍ଧ ଦେଇଥାନ୍ତି। ଯେଉଁମାନେ ତିଥି ଅନୁଯାୟୀ ପିଣ୍ତଦାନ କରି ନପାରନ୍ତି ସେମାନେ ମହାଳୟାରେ ପିଣ୍ତଦାନ କରିଥାନ୍ତି। ଏନେଇ ଆଜି ଏକାମ୍ର କ୍ଷେତ୍ରରେ ପ୍ରବଳ ଭିଡ଼ ସହ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଥିଲା। ବିନ୍ଦୁସାଗରକୁ ସ˚ଯୋଗ କରୁଥିବା ସବୁ ରାସ୍ତା ବହୁ ସମୟ ଧରି ଜାମ୍‌ ରହିଥିଲା।

ସମ୍ବନ୍ଧିତ ଖବର