ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ମହମବତି ଶୋଭାଯାତ୍ରା

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି କାମନା ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ମହମବତି ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଭୁବନେଶ୍ୱର କୋର୍ଟ ପରିସରରୁ ବାହାରି ସହିଦ ସ୍ତମ୍ଭ ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରାର୍ଥନା କରାଯାଇଥିଲା।

ଏଥିରେ ଓକିଲ ସଂଘର ସଭାପତି ଧନେଶ୍ୱର ମହାନ୍ତି, ଉପ ସଭାପତି ଅଞ୍ଜନ କୁମାର ସାମନ୍ତରାୟ, ସମ୍ପାଦକ ତାପସ ରଞ୍ଜନ ଦାସ, ଯୁଗ୍ମ ସମ୍ପାଦକ ସୁକାନ୍ତ କୁମାର ବେହେରା, ସହ ସମ୍ପାଦକ ପୁଲିନ କୁମାର ମାର୍ଥା, କୋଷାଧ୍ୟକ୍ଷ ମନୀଷ କୁମାର ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ସବ୍ୟସାଚ୍ଚୀ ସୂତାର, ଅବିନାଶ ମହାନ୍ତି, ଅମିତ କୁମାର ବାରିକ୍‌, ଆନନ୍ଦ ଚନ୍ଦ୍ର ଜେନା, ବିମଳ କିଶୋର ଦାସ, ବୀର କିଶୋର ବେହେରା, ଚିତ୍ରସେନ ଶ୍ରୀଚନ୍ଦନ, ବିଶ୍ୱନାଥ ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ପଣ୍ଡା, ପ୍ରୀତିଜ୍ୟୋତ୍ସ୍ନା ନାଥଙ୍କ ସମେତ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର