ମହାତ୍ମାଗାନ୍ଧୀ ରିଲିଫ୍ ଭାସ୍କର୍ଯ୍ୟର ଶୁଭାରମ୍ଭ: କାଠଯୋଡ଼ି ଶଯ୍ୟାରେ ଗାନ୍ଧୀଜୀଙ୍କ ଉଦ୍‌ବୋଧନର ବିରଳ କଳାକୃତି

ପୁରୁଣା ରାଜଧାନୀ ମନେ ପକାଇବ ଗାନ୍ଧୀଜୀଙ୍କ ସ୍ମୃତି

କଟକ: ମହାତ୍ମା ଗାନ୍ଧୀ ୨୩ ମାର୍ଚ୍ଚ ୧୯୨୧ ମସିହାରେ କାଠ ଯୋଡ଼ି ବାଲିରେ ଆୟୋଜିତ ଏକ ବିରାଟ ସମାବଶେରେ ଦେଇଥିଲେ ଉଦବୋଧନ। ସେହି ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଏକ ବ୍ରୋଞ୍ଜ ରିଲିଫ୍‌ ଭାସ୍କର୍ଯ୍ୟ କାର୍ଯ୍ୟ ଦେଖିବାକୁ ମିଳିବ କଟକ ସହରରେ। ଗତ ୬ ତାରିଖରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀକାନ୍ତ ରଣାଙ୍କୁ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି ଦାୟିତ୍ବ ଦେଇଛି। ଏହା ଗାନ୍ଧିଜୀଙ୍କ ଓଡ଼ିଶା ଆଗମନୀ ସଭାର ପ୍ରଥମ ଭାଷଣ ଥିଲା। ଯେଉଁ ସଭାରେ ଉତ୍କଳମଣି ଗୋପବନ୍ଧୁ ଦାସ ସଭାପତିତ୍ବ କରିଥିଲେ। ଗାନ୍ଧିଜୀଙ୍କ ସହ ତାଙ୍କର ସହଧର୍ମିଣୀ କସ୍ତୁରବା ଗାନ୍ଧୀ ମଧ୍ୟ ଆସିଥିଲେ। କାଠଯୋଡ଼ି ହାତୀଗଡ଼ା ବାଲୁକା ଶଯ୍ୟାରେ ଏହି ସଭାର ଆୟୋଜନ କରାଯାଇଥିଲା। ବାଲୁବଜାରରେ ମଧ୍ୟ ଏକ ସଭାରେ ଗାନ୍ଧିଜୀଙ୍କ ଉଦ୍‌ବୋଧନ ପରେ ସ୍ବର୍ଣ୍ଣକାରିଗର ଅର୍ଥ ସଂଗ୍ରହ ପାଇଁ ଗାନ୍ଧିଜୀଙ୍କୁ ସ୍ବର୍ଣ୍ଣ ଉପହାର ଦେଇଥିଲେ। ଗାନ୍ଧିଜୀ ଏହା ପରେ ପରେ ୮ଥର ଓଡ଼ିଶା ଆସଥିଲେ ବୋଲି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ସଭାର ସଭାପତି ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ତା କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ର ଅବସରପ୍ରାପ୍ତ ଉପାଧ୍ୟକ୍ଷ ମନୋରଞ୍ଜନ ମହାନ୍ତି ଯୋଗ ଦେଇ ବାଲୁକା ଶଯ୍ୟାରେ ହୋଇଥିବା ଗାନ୍ଧୀଜୀଙ୍କ ସଭାରେ ବ୍ୟବହୃତ କିଛି ସରଞ୍ଜାମ ଯାହାକି ସେହି ମଞ୍ଚରେ ବ୍ୟବହୃତ ଦରି, କାଠର ଚେୟାର, ଖଟ ପ୍ରଭୃତି ଏବେ ମଧ୍ୟ ତାଙ୍କ ପାଖରେ ସାଇତା ହୋଇ ରହିଛି। ପୁରୁଣା ରାଜଧାନୀ କଟକ ସହର ପୁଣି ମନେ ପକାଇବ ଗାନ୍ଧୀଜୀଙ୍କ ସ୍ମୃତି। ଗାନ୍ଧୀଜୀଙ୍କ ଧୋତି, କୁର୍ତ୍ତା ଓ ଟୋପି ପିନ୍ଧା ଥ୍ରିଡ଼ି ଭାସ୍କର୍ଯ୍ୟ ସମଗ୍ର ଭାରତ ବର୍ଷକୁ ଦେବ ଏକ ନୂଆ ପରିଚୟ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀ, ଗାନ୍ଧୀ ଭବନର ସଂପାଦକକ ବିଶ୍ବଜିତ୍‌, କ୍ରିଏଟିଭ୍‌ ଆର୍ଟିଷ୍ଟ ଗ୍ରୁପ୍‌ର ସଭାପତି ମହେନ୍ଦ୍ର ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ। ରାଜ୍ୟ ସରକାର ସ୍ବଳ୍ପ ଅର୍ଥରେ କରାଉଥିବା ଭାସ୍କର୍ଯ୍ୟ ବିଭିନ୍ନ ଛକରେ କିମ୍ଭୁତକିମାର ‌େହାଇ ଛିଡ଼ା ହୋଉଥିବାରୁ ଶ୍ରୀ ମହାପାତ୍ର କ୍ଷୋଭ ପ୍ରକାଶ କରିଥିଲେ। ସଂପାଦକ ଶଶିକାନ୍ତ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିଳ୍ପୀ ଲକ୍ଷ୍ମୀଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ନି‌େୟାଜିତ କରାଯବି ବୋଲି ଶ୍ରୀ ରଣା ପ୍ରକାଶ କରିଥିଲେ। ସଂସ୍କୃତି ବିଭାଗ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଦୁଇ ମାସ ସମୟ ଦେଇଥିବାରୁ ଯୁଦ୍ଧକାଳୀନ ଭତ୍ତିରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟ ଭାସ୍କର୍ଯ୍ୟ ଶିଳ୍ପୀ ତଥା କ୍ରିଏଟିଭ ଆର୍ଟିଷ୍ଟ ଗ୍ରୁପ୍‌ର ଉପସଭାପତି ଲକ୍ଷ୍ମୀଧର ରଣା କହିଛନ୍ତି। ଲକ୍ଷ୍ମୀଧର ରଣାଙ୍କ ସହଯୋଗୀ ଭାବେ ଶ୍ରୀକାନ୍ତ ରଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ରୋଞ୍ଜ ଭାସ୍କର୍ଯ୍ୟମାନ ତିଆରି କରି ତାଙ୍କ ଯାଦୁକରି ହାତର ସ୍ପର୍ଶ ଦେଖାଇଛନ୍ତି। ଆସନ୍ତା ମାର୍ଚ୍ଚ ୨୩ ତାରିଖରେ କାଠଯୋଡ଼ି ନଦୀବନ୍ଧ ହାତୀଗଡ଼ାଠାରେ ପୂର୍ଣ୍ଣାଙ୍ଗ ବ୍ରୋଞ୍ଜ ରିଲିଫ୍‌କାର୍ଯ୍ୟ ସ୍ଥାପନ କରାଯିବ। ଏହି ଶୁଭାରମ୍ଭ ସଭାରେ ସ୍ମିତା ମୂଳିଆ, ପ୍ରଶାନ୍ତ ରଣା, ରାଜେନ୍ଦ୍ର ମୁଦୁଲି, ଅଜୟ ବେହେରା, ଅଜୟ ମୁଦୁଲି, ବିଜୟ କୁମାର ସାହୁ ସମେତ ବହୁ କଳାପ୍ରେମୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର