ଭୁବନେଶ୍ବର: ନଳିନୀ ଦେବୀ ମହିଳା ମହାବିଦ୍ୟାଳୟରେ ୧୫୦ତମ ଗାନ୍ଧୀ ଜୟନ୍ତୀ ନିଆରା ଢଙ୍ଗରେ ପାଳିତ ହୋଇଛି। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀମାନେ ‘ରଘୁପତି ରାଘବ ରାଜାରାମ...ସଂଗୀତ ପରିବେଷଣ କରୁଥିବା ବେଳେ ଭାସ୍କର୍ଯ୍ୟ ଶିଳ୍ପୀ ଅଧ୍ୟାପକ ରବି ନାରାୟଣ ରଥ ମାତ୍ର ୧୦ ମିନିଟ୍ରେ ମହାତ୍ମା ଗାନ୍ଧୀଙ୍କ ମୂର୍ତି ଗଢ଼ି ଦେଇଥିଲେ। ମାଟିରେ ମୂର୍ତି ଗଢ଼ିବା ସହ ଏହା ଉପରେ ରଙ୍ଗ ଦେଇଥିଲେ। ‘ସମ୍ବାଦ ଆମ ଓଡ଼ିଶା’ ସହଯୋଗରେ ସେ ଗତ ଅକ୍ଟୋବର ୨ ତାରିଖରୁ ୧୫୦ଟି ଅନୁଷ୍ଠାନରେ ଗାନ୍ଧୀ ମୂର୍ତି ଗଢ଼ିବାର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ପରିପ୍ରେକ୍ଷୀରେ ଅଦ୍ୟାବଧି ୧୫ଟି ଅନୁଷ୍ଠାନରେ ମୂର୍ତି ଗଢ଼ି ସାରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡ.କାଳୀପ୍ରସନ୍ନ ମିଶ୍ର ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ଜୟଶ୍ରୀ ମହାନ୍ତି, ପ୍ରଧ୍ୟାପିକା ଡ.ଗାୟତ୍ରୀ ମହାନ୍ତି, ଡ.ବିମଳ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp