କଟକ: କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରସୁଲଗଡ଼ସ୍ଥିତ ‘ସମ୍ବାଦ’ ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସାଧାରଣ ସଂପାଦକ ଭିକାରୀ ଦାସ, ସହସଂପାଦକ ଡକ୍ଟର ଦ୍ବୀପାୟନ ପଟ୍ଟନାୟକ, ରବୀନ୍ଦ୍ର ବେହେରା, କାର୍ଯ୍ୟାଳୟ ସଂପାଦକ କେଦାର ବେହେରା, କାର୍ଯ୍ୟକାରୀ କମିଟି ସଦସ୍ୟ ସୁଦୀପ୍ତ ସ୍ବାଇଁ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସହ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରି ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଦଶହରା କୁଇଜ୍ ଓ ବାଲିଯାତ୍ରା ଇତିହାସ ସଂପର୍କରେ ତଥ୍ୟ ସମ୍ବଳିତ ସମ୍ବାଦ ପରିବେଷଣ କରି କଟକର ଭାଇଚାରା, ସଂସ୍କୃତିକୁ ସୁଦୃଢ଼ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କମିଟି ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଲୋକଙ୍କ ସ୍ବରକୁ ଶାଣିତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଶ୍ରୀ ପଟ୍ଟନାୟକ ଇଟାଲୀର ମର୍ଯ୍ୟାଦାଜନକ ‘ବିଶ୍ବାମିତ୍ର ଆନ୍ତର୍ଜାତିକ ପୁରସ୍କାର’ ପାଇଁ ମନୋନୀତ ହୋଇଥିବାରୁ ଶାନ୍ତି କମିଟି ସଭାପତି ଶ୍ରୀ ସାହୁ ଓ ସଂପାଦକ ଶ୍ରୀ ଦାସ ତାଙ୍କୁ ସମ୍ମାନିତ କରିବା ସହିତ ଆନ୍ତରିକ ଅଭିନନ୍ଦନ ଜଣାଇଥିଲେ।
ମହାନଗର ଶାନ୍ତି କମିଟି ପକ୍ଷରୁ ସୌମ୍ୟରଞ୍ଜନଙ୍କୁ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2019/11/f65hf4sh65sf4h65sffffffffffffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)