ତକ୍ଷକ ଟିଭି ପକ୍ଷରୁ ମହାନାୟକ ସମ୍ମାନ ସମାରୋହ

ଭୁବନେଶ୍ବର: କାରଗିଲ ବିଜୟ ଦିବସ ଅବସରରେ ତକ୍ଷକ ଟିଭି ପକ୍ଷରୁ ଆୟୋଜିତ ହୋଇଥିଲା ମହାନାୟକ ସମ୍ମାନ ସମାରୋହ। ଭୁବନେଶ୍ବରରେ ଆୟୋଜିତ ଏହି ସମାରୋହରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବ୍ରିଗେଡିୟର ଗିରିଜା ପ୍ରସାଦ ପାଣିଗ୍ରାହୀ, କର୍ଣ୍ଣେଲ ଡ. ମନମୋହନ ମହାନ୍ତି, କଣ୍ଣେଲ ଧୀରେନ ପାଢ଼ୀ ଯୋଗଦେଇ ଭାରତୀୟ ସେନାର ସାହସିକତା କଥା ମନେ ପକାଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହାନାୟକ ସମ୍ମାନ ପ୍ରଦାନ କରାଯାଇଥିଲା।

ମୁଖ୍ୟ ଅତିଥି ଶ୍ରୀ କାନୁନଗୋ ବ୍ରିଗେଡିୟର ଶ୍ରୀ ପାଣିଗ୍ରାହୀ, କର୍ଣ୍ଣେଲ ଡ. ମହାନ୍ତି, କଣ୍ଣେଲ ଶ୍ରୀ ପାଢୀ, ରାଷ୍ଟ୍ରପତି ପୁରସ୍କାର ବିଜେତା ଗୋଲକ ବିହାରୀ ମହାନ୍ତି, କମିସନରେଟ ଏସିପି ଲଳିତେନ୍ଦୁ ମହାନ୍ତି, ଶିକ୍ଷାବିତ ବିଧୂଭୂଷଣ ପଟ୍ଟନାୟକ, ଡା. ଲମ୍ବୋଦର ପଣ୍ଡା, ନାଟ୍ୟକାର ପ୍ରଭାତ ମହାନ୍ତି ଏବଂ ଡା. ଏ.ପି. ଜେନାଙ୍କୁ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଚନ୍ଦ୍ରଗୁପ୍ତ ପ୍ରସାଦ, ରଞ୍ଜନ କୁମାର ସାହୁ, ଯୁବ ଉଦ୍ୟୋଗୀ ମୌସୁମୀ ପଣ୍ଡା, ଦିପ୍ତୀ ସ୍ବାଇଁଙ୍କୁ ସଫଳ ବ୍ୟକ୍ତିତ୍ବ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ତକ୍ଷକ ଟିଭିର ନିର୍ଦ୍ଦେଶକ ଅପୂର୍ବ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆସୋସିଏଟ ଏଡିଟର ଯମୁନା ରାଉତରାୟ। ଶେଷରେ ସେଣ୍ଟ ଜାଭିୟର ଇଣ୍ଡିଆ ଫାଉଣ୍ଡେସନ ଡାଇରେକ୍ଟର ଲିଜାଲିନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର