ମହାଶିବରାତ୍ରୀ : ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୧ ତାରିଖରେ ପଡ଼ୁଥିବା ମହାଶିବରାତ୍ରୀ ପାଇଁ ନୀତିନିଘଣ୍ଟ ଚୂଡ଼ାନ୍ତ ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଆଜି ବସିଥିବା ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଭକ୍ତମାନେ ମନ୍ଦିର ଭିତରେ କୋଭିଡ୍ କଟକଣା ମଧ୍ୟରେ ଦୀପ ଜାଳିପାରିବେ । ତେବେ ଗର୍ଭଗୃହ ଭିତରକୁ ଅନୁମତି ଦିଆଯିବନାହିଁ ।  କୋଭିଡ୍ କଟକଣା ଦୃଷ୍ଟିରୁ ଭୀଡ଼ କମ କରିବା ଉପରେ ଗୁରୁତ୍ବ ଦିଆଯିବ ।

ଶିବରାତ୍ରୀ ଦିନ ଭୋର ୩ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ । ସକାଳ ୫ଟା ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଓ ୫ଟା ପରେ ସର୍ବସାଧାରଣ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ସମ୍ବନ୍ଧିତ ଖବର